www.samajalive.in
Friday, December 12, 2025
16.1 C
Bhubaneswar

ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ଜି.ଉଦୟଗିରି : ରାଇକିଆ ବନ ବିଭାଗର ବଡ଼ ସଫଳତା । ଦେଶୀ ବନ୍ଧୁକ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ବୁଧବାର ଅପରାହ୍ନରେ ନିଆଁ ଲାଗିବା ଖବରପାଇ ତତକ୍ଷଣାତ୍ ବନବିଭାଗ ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ,ବନରକ୍ଷୀ ଅଜିତ୍ କୁମାର ଗଣ୍ଡାଙ୍କ ଫାୟାର ଟିମ୍ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ବାଡାମାହା ଗ୍ରାମର ମିତୁ ପ୍ରଧାନ ହାବୁଡ଼ରେ ପଡ଼ିଥିଲା। ସେ ଜଙ୍ଗଲର ଉପରଭାଗ କୁ ନିଆଁ ଲଗାଇ ତଳେ ଜୀବଜନ୍ତୁ ଶୀକାର କରିବା ପାଇଁ ଜଗିଥିଲା ।ତା ନିକଟରୁ ଏକ ଦେଶୀ ବନ୍ଧୁକ ସହ ଗୋଳା ବାରୁଦ, ଗମ୍ ପାଉଡର, ପଟାସ୍, କୁରାଢି,କାତି,ଦିଆସିଲି, ମୋବାଇଲ, ବ୍ୟାଗ୍ ଏହି ପରି ଅନେକ ଶିକାରୀ ସାରଞ୍ଜାମକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଛି।

ରାଇକିଆ ଓ କରଡା ବନବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସମୟ ସମୟ ମଧ୍ୟରେ ବୈଠକ କରି ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ତା ଛଡା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ସଚେତନତା ପ୍ରଚାର କରାଯାଉଛି। ଯେପରିକି ଲୋକେ ନିଆଁ ଲାଗିବାର ସୂଚନା ଦେଲେ ତିନି ହଜାର ଏବଂ ବନ୍ୟ ଜିବଜନ୍ତୁ ଶିକାର ସମୟରେ ସୂଚନା ଦେଲେ ପାଞ୍ଚ ହଜାର ଅର୍ଥ ରାଶିର ପୁରସ୍କାର ଦିଆଯିବା ପାଇଁ କୁହାଯାଇଛି। ଗତ କିଛି ଦିନ ମଧ୍ୟରେ ମିତୁକୁ ମିଶାଇ ରାଇକିଆ ଓ ଟିକାବାଲି ମଧ୍ୟରେ ପାଞ୍ଚ ଜଣଙ୍କୁ ନିଆଁ ଲଗାଇ ଏବଂ ଶୀକାର କରିବା ନେଇ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories