www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପି କୋଭିଡ ଭାକସିନ ହେଲ୍ପ ଡେସ୍କ ଉଦ୍‌ଘାଟିତ

ବାଲେଶ୍ୱର : କୋଭିଡ଼ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ସରକାରୀ ଟୀକାକରଣ କେନ୍ଦ୍ର ମାନଙ୍କରେ ‘କୋଭିଡ଼ ଭେକ୍ସିନ ହେଲ୍ପ ଡେସ୍କ’ ଚାଲୁ କରିବାର ଯୋଜନା ହାତକୁ ନେଇଛି। କୋଭିଡ଼ ଭେକ୍ସିନ ହେଲ୍ପ ଡେସ୍କର ମୁଖ୍ୟ ଉଦ୍ଦେଶ୍ୟ ଦିବ୍ୟାଙ୍ଗ, ବୟସ୍କ ଓ ସଧାରଣ ଲୋକଙ୍କୁ ଟୀକାକରଣ ସମ୍ବନ୍ଧିତ ସହାୟତା କରିବା, ଯଥା ଟିକାକରଣ ପାଇଁ ପଞ୍ଜିକରଣ, ପ୍ରମାଣପତ୍ର ପାଇବାରେ ସହାୟତା, ଦିବ୍ୟାଙ୍ଗ ଓ ଅସହାୟଙ୍କୁ ଘରୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେବା ଆଣିବା, ଟିକାକରଣ କେନ୍ଦ୍ରରେ ପାନୀୟ ଜଳ ଇତ୍ୟାଦିର ବ୍ୟବସ୍ଥା କରିବା। ସେହି କ୍ରମରେ ବାଲେଶ୍ବର ଜିଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଦ୍ବାରା ସୁନହଟ ହସ୍ପିଟାଲରେ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ନଗର ଉପସଭାପତି ସିଦ୍ଧେଶ୍ୱର ବିନ୍ଧାଣି, ଜିଲା ଯୁବମୋର୍ଚ୍ଚା ଉପସଭାପତି ରଞ୍ଜିତ ପ୍ରଧାନ, ନଗର ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ରଞ୍ଜିତ ପୃଷ୍ଟି, ମାନସ କୁମାର ସାହୁ , ସେକ ଅଫଜଲ, ବାଟା ମାଝୀ, ପିଙ୍କି ପ୍ରଧାନ, ସବିତା ପାଣିଗ୍ରାହୀ, ଶୋଭାକର ସାହୁ, ସନାତନ ବାରିକ, ପଦ୍ମାବତୀ ମଲ୍ଲିକ, ଶାନ୍ତନୁ ମାଝୀ, ସୁକାନ୍ତି ଦେବଗୋ ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଜିଲାର ସମସ୍ତ ଟୀକାକରଣ କେନ୍ଦ୍ରରେ ହେଲ୍ପ ଡେସ୍କ ଚାଲୁହେବ ବୋଲି ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories