www.samajalive.in
Saturday, December 13, 2025
15.1 C
Bhubaneswar

ବାଲେଶ୍ବର ବଳରାମଗଡି ଗୁଳିକାଣ୍ଡ ଘଟଣାରେ ୮ ଜଣଙ୍କୁ ଧରିଲା ପୁଲିସ

ବାଲେଶ୍ୱର : ବାଲେଶ୍ବର ଜିଲା ଚାନ୍ଦିପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ନାଉପାଳଗଡିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟଅଭିଯୁକ୍ତଙ୍କ ସହ ୮ଜଣଙ୍କୁ ପୁଲିସ ଗିରଫ କରିଥିବା ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ବୁଧବାର ଅପରାହ୍ନରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଥିଲେ ଯେ ଗତ ଜାନୁୟାରୀ ମାସ ୧୯ ତାରିଖରେ ସଦର ଥାନା ଅନ୍ତର୍ଗତ କେଶପୁରରେ ବିଦ୍ୟୁତ ତାରଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀ ବନ୍ଧୁକ ଦେଖାଇ ଅପର ପକ୍ଷକୁ ଧମକାଇଥିଲା ବେଳେ ଅନ୍ୟ ଗୋଷ୍ଠୀ ଖଣ୍ଡା ଭୁଜାଲି ଦେଖାଇ ଭୟବୀତ କରାଇବାକୁ ଚେଷ୍ଟା କରିଥିଲା। ଏହି ବିବାଦକୁ ନେଇ ଗୁଳିକାଣ୍ଡ ଘଟଣାରେ ମୃତ ବିଜୟ ପ୍ରଧାନଙ୍କ ଭଣଜା ଥାନାରେ ଅଭିଯୋଗ କରିବା ପରେ କିଛି ଲୋକଙ୍କୁ ପୁଲିସ ଗିରଫ କରିଥିଲା। ଏହି ବିବାଦକୁ ନେଇ ଗିରଫ ହୋଇଥିବା ବ୍ୟକ୍ତିମାନେ ବିଜୟଙ୍କୁ ଚଳିତ ମାସ ୧୫ ତାରିଖରେ ନାଉପାଳ ଗଡିରେ ଗୁଳି ମାରି ହତ୍ୟା କରିଥିଲେ ବୋଲି ପୁଲିସ କହିଛି। ଘଟଣା ଦିନ ଧରାପଡିଥିବା ୮ଜଣ ଅଭିଯୁକ୍ତଙ୍କ ସହ ଅନ୍ୟ କିଛି ଯୁବକ ନାଉପାଳ ଗଡିରେ ପହଞ୍ଚି ଯୋଜନା କରିଥିଲେ। ଜଣେ ବିଜୟଙ୍କ ଟ୍ରଲର ଭିତରେ ରହି ବିଜୟଙ୍କ ଆସିବା ଖବର ଦେଇଥିଲା। ବିଜୟ ଟ୍ରଲରରେ ପହଞ୍ଚିବା ପରେ ସୂଚନା ପାଇ ଆକ୍ରମଣକାରୀମାନେ ପ୍ରଥମେ ତେଲେଙ୍ଗା କଟୁରୀ, ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ୧୦ରୁ ଅଧିକ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ମାରି ସାରିବା ପରେ ମଧ୍ୟ ପୁଣି ତେଲେଙ୍ଗା କଟୁରୀରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ବିଜୟଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରୁ ୮ ଟି ଖୋକା ପାଇଥିବା ସୂଚନା ଦେଇଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇଥିଲା। ଶେଷରେ ଆଜି ଦିନ ପୁଲିସ ୮ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା ସୂଚନା ଦେଇଛି। ଏହା ବ୍ୟତିତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଏସପି ସୂଚନା ଦେଇଥିଲେ। ଅଭିଯୁକ୍ତମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ତେଲେଙ୍ଗା କଟୁରୀ ଆଦି ଜବତ କରାଯାଇଛି।

ଅଭିଯୁକ୍ତମାନଙ୍କୁ ଆଜି ହିଁ କୋର୍ଟ ଚାଲାଣ କରାଯାଇ ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପୁଣି ଜେରା କରାଯିବ ବୋଲି ଏସପି ସୂଚନା ଦେଇଥିଲେ। ମେରାଇନ ଥାନାରେ ୩/୧୫.୩.୨୦୨୧ ମୂଳେ ଅଭିଯୋଗ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ମେରାଇନ ଥାନା ମିର୍ଜାପୁର ଅଞ୍ଚଳର ସେକ ନନ ଓରଫ କୁଟିବାବୁ ଓରଫ ସେକ ରଫିକ (୪୨) ଓ ବବୁଲୁ ଓରଫ ସେକ ଫରିଦ (୩୧), ଟାଉନ ଥାନା ସୁଏଲପୁର ଅଞ୍ଚଳର ରବି ବାରିକ (୪୧), ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ପୁଣ୍ଡୁ ଓରଫ ଅଭିଷେକ କୁମାର ଶ୍ରୀଚନ୍ଦନ (୨୨),  ସହଦେବଖୁଣ୍ଟା ନୂଆବଜାର ଅଞ୍ଚଳର ବିଶ୍ବଜିତ ଷଣ୍ଢ (୨୨), ସଦର ଥାନ ହରସପୁରା ଅଞ୍ଚଳର ବିଜୁ ଓରଫ ବିଜୟ ଦାସ (୨୭) ଓ ଜେଜେ ଓରଫ ରାଜୁ ଓରଫ ରାଜେନ୍ଦ୍ର ମହାଳିକ (୨୨),  ଟାଉନ ଥାନା ପଟାପୋଲ ଅଞ୍ଚଳର ବୁଲବୁଲ ଓରଫ ମହମ୍ମଦ ହବିବ (୩୫)। ସମସ୍ତ ଅଭିଯୁକ୍ତଙ୍କୁ ଆଖପାଖ ଅଞ୍ଚଳରୁ ଧରାଯାଇଛି ଓ ଅଧିକ ତଦନ୍ତ ଚାଲିଥିବାରୁ ଅଧିକ କିଛି କହିହେବ ନାହିଁ ବୋଲି ଏସପି ସୂଚନା ଦେଇଥିଲେ। ଏହି ହାଇଫାଇ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ଚାନ୍ଦିପୁର ଥାନାଧିକାରୀ ପ୍ରଭୁକଲ୍ୟାଣ ଆଚାର୍ୟ୍ୟଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ଜିଲା ପୁଲିସର ଅନ୍ୟ କର୍ମଚାରୀମାନେ ଏଥିରେ ସାମିଲ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories