www.samajalive.in
Friday, December 12, 2025
19.1 C
Bhubaneswar

ଡିଆର୍‌ସିଏସଙ୍କ ଗୁପ୍ତ ବୈଠକକୁ ବିରୋଧ, ଘେରିଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା କୃଷି ସୂଚନା କାର୍ଯ୍ୟାଳୟରେ ପେକ୍ସ ସମ୍ପାଦକଙ୍କୁ ନେଇ ଡିଆର୍‌ସିଏସ ଭକ୍ତବନ୍ଧୁ ସାହୁ, ଏଆର୍‌ସିଏସ ଗଜେନ୍ଦ୍ର ପଣ୍ଡା, ଏଇଓ ସରୋଜ ମେହେର ଓ ରବୀନ୍ଦ୍ର ପଣ୍ଡା ବନ୍ଦ ଗୃହରେ ଏକ ଗୁପ୍ତ ବୈଠକ କରୁଥିଲେ। ଏହା ଜାଣିପାରି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। କାରଣ ଚାଷୀଙ୍କ ସମସ୍ୟାକୁ ନେଇ ପୂର୍ବରୁ ଯେତେଥର ଏହି କୃଷି ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଅଧିକାରୀମାନଙ୍କ ଅନୁପସ୍ଥିତ ତଥା ଅନ୍ୟ ଆଳ ଦେଖାଇ ଚାଷୀଙ୍କ କଥାକୁ ଟାଳି ଦିଆଯାଉଥିଲା। କିନ୍ତୁ ଆଜି ଚାଷୀଙ୍କୁ ନ ଜଣାଇ ଗୁପ୍ତ ବୈଠକ  ହେଉଥିବା ଜାଣି ଚାଷୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଚାଷୀମାନଙ୍କୁ ଅଣଦେଖା କରାଯାଇ ଏହି ବୈଠକ କରିବାର ରହସ୍ୟ ଜାଣିବା ପାଇଁ ଚାଷୀମାନେ ଉତ୍ୟକ୍ତ ହୋଇ କାର୍ଯ୍ୟାଳୟର ବାହାରେ  “ଚାଷୀ ଏକତା ଜିନ୍ଦାବାଦ,’ ର  ନାରା ଲଗାଇ ଥିଲେ। ଏହି ଖବର ପାଇ ଡିଆର୍‌ସିଏସ ସମସ୍ତ ସମ୍ପାଦକ ମାନଙ୍କୁ ବାହାରକୁ ପଠେଇ ଦେଇ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଚାଷୀଙ୍କ ଧାନ ବିକ୍ରି ଉପରେ ରହିଥିବା ସମସ୍ୟା ତଥା ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କଲା ପରେ ଚାଷୀଙ୍କ ସମସ୍ୟାକୁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଏହାର ସମାଧାନ ପାଇଁ ଚେଷ୍ଟା କରିବେ ଓ ଏପ୍ରିଲ ୩୦ସୁଦ୍ଧା ସମସ୍ତ ଚାଷୀଙ୍କ ନାମ ପଞ୍ଜୀକୃତ ହେବା ବୋଲି ଡିଆର୍‌ସିଏସ  ପ୍ରତିଶୃତି ଦେଲାପରେ ଆଲୋଚନା ବନ୍ଦ ହୋଇଥିଲା। ଏଣୁ ଏଣିକି ଦୀର୍ଘ ୩୬ବର୍ଷର ପୁରୁଣା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାକୁ  ନ ଜଣେଇ କୌଣସି ସଭା ସମିତି କରାଗଲେ ସଂଗଠନ କୃଷି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେବେ ବୋଲି  ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆଲୋଚନାରେ ସଂଗଠନର ସଭାପତି ହାରଧନ ପ୍ରଧାନ, ସମ୍ପାଦକ ଲୋକେଶ୍ଵର ପ୍ରଧାନ,ପଲଉ ମାଝୀ,ବସନ୍ତ ବାରିକ୍, ଭିକାରୀ ଚରଣ ବାରିକ୍,ସୁମନ୍ତ ବାରିକ୍,ଗଣେଶ ମହକୁର ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories