www.samajalive.in
Friday, December 12, 2025
27.1 C
Bhubaneswar

ଚାଷୀଙ୍କ ପଞ୍ଜିକରଣ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଦିନକୁ ଦିନ ବଦଳୁଛି କୃଷି ନୀତି। ତେଣୁ ଚାଷୀଙ୍କ ନିଦ ହଜି ଯାଉଛି। ଏବେ ପୁଣି ରବି ଫସଲ ର ଧାନ ବିକ୍ରି କୁ ନେଇ ସୋସାଇଟି ପକ୍ଷରୁ ଯେଉଁ ଫର୍ମ ଦିଆଯାଉଛି ସେଥିରେ ନୂତନ ଭାବରେ ଦୁଇଟି ସ୍ତମ୍ଭ ଯୋଡଯାଇଛି। ଯାହାକି ରବି ଫସଲର ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ କରିବାରେ ବାଧା ସୃଷ୍ଟି ହେଉଛି। ଏହି ନୂତନ କୃଷି ଫର୍ମ ଅନୁସାରେ ନାମ ପଞ୍ଜୀକରଣ ପାଇଁ ହୋଇଥିବା ନିୟମରେ ଜମି ମାଲିକର ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ପଡୁଛି। କିନ୍ତୁ ଏହି ଅଞ୍ଚଳରେ ଅନେକ ଜମିର ମାଲିକ ଯାହାଙ୍କ ନାମରେ ଜମି ପଟ୍ଟା ରହିଛି ସେମାନେ ଅନେକ ପିଢ଼ି ପର୍ଯ୍ୟନ୍ତ ଜମି ଭାଗ କରିନାହାନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଦେହାନ୍ତ ହୋଇଗଲାଣି ତ ଆଉ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ  ନାମରେ ମୋବାଇଲ ନମ୍ୱର ନାହିଁ। ତେବେ ଏପରି ସ୍ଥଳେ ଏହି ନିୟମ ହେତୁ ଅନେକ ଚାଷୀ ପଞ୍ଜୀକୃତ ହୋଇ ପାରିବେ ନାହିଁ। ତେଣୁ ସମୂହ ଚାଷୀ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ, ଏହାକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅତାବିରା ଅତିରିକ୍ତ ତହସିଲଦାର ତଥା ଏନ୍‌ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଖରିଫ ଋତୁରେ ଯେମିତି ଧାନ ବିକ୍ରି ପାଇଁ ନିୟମ ରହିଥିଲା ସେହି ନିୟମ ବଳବତ୍ତର ରଖି ଚାଷୀ ମାନଙ୍କ ପ୍ରତି ସହୃଦୟତା ରଖିବା ପାଇଁ ଏଥିରେ ଦାବି ରହିଛି। ଦାବି ପ୍ରଦାନ ସମୟରେ ସଂଗଠନର ସଭାପତି  ହାରାଧାନ ପ୍ରଧାନ, ସମ୍ପାଦକ ଲୋକେଶ୍ଵର୍ ପ୍ରଧାନ, ବସନ୍ତ ବାରିକ୍, ଶ୍ରୀମନ୍ତ ବାରିକ୍, ପଲଉ ମାଝୀ, ଭିକାରୀ ଚରଣ ବାରିକ୍, ଗଣେଶ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories