www.samajalive.in
Friday, December 12, 2025
23.1 C
Bhubaneswar

ଚର୍ଚ୍ଚାରେ ଯାଜପୁରର ପ୍ରଶାନ୍ତ ନାୟକ, କନ୍ନଡ଼ ଫିଲ୍ମରେ ଲେଖୁଛନ୍ତି ସଂଳାପ

ଚାକିରୀ କରିବା ପାଇଁ ଆଜି ଯେତେବେଳେ ଯୁବ ପିଢ଼ି ବ୍ୟସ୍ତ, ସେତିକି ବେଳେ ନିଜର ଅଦମ୍ୟ ଇଛା ବଳରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ଯାଜପୁରର ପ୍ରଶାନ୍ତ ନାୟକ। ଯାଜପୁର ଝାଲପଡା ପଂଚାୟତ କାକୁଡିକୁଦ ଗ୍ରାମର ପତିତପାବନ ନାୟକଙ୍କ ବଡପୁଅ ପ୍ରଶାନ୍ତ ନାୟକ ନିଜର ନିଆରା ପରିଚୟ ସୃଷ୍ଟି କରିବା ସହ ଆଜିର ଯୁବ ପିଢ଼ିକୁ ପ୍ରେରଣା ଯୋଗାଇଛନ୍ତି। ଛୋଟ ପିଲାବେଳୁ ଚିତ୍ରକଳା ଓ ଲେଖାଲେଖି ପ୍ରତି ରୁଚି ରଖିଥିବା ପ୍ରଶାନ୍ତ ଶିକ୍ଷାଲାଭ ପରେ ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ବାଙ୍ଗାଲୋର ଯାଇ ରୋଜଗାର କରୁଥିଲେ।

ସେଠାରେ ଏକ ଲୁଗା କାରଖାନାରେ ଡିଜାଇନର ଭାବେ କାର୍ଯ୍ୟ କରିବା ସହ ଅବସର ସମୟରେ କବିତା ଓ ସଂଳାପ ସହ ନୂଆ ନୂଆ ଭାଷା ଶିଖିବା ସହ ଓଡିଆ କଳା ସଂସ୍କୃତି ଚିତ୍ରକଳାକୁ ପ୍ରସାର ଓ ପ୍ରଚାର କରିବା ନିମନ୍ତେ ଟାଟୁ ମଧ୍ୟ କରୁଥିଲେ। ଇତିମଧ୍ୟରେ ସେ ବାଙ୍ଗାଲୋରର ଆଂଚଳିକ କନ୍ନଡ଼ ଭାଷାରେ ଶିକ୍ଷା ଲାଭ କରି ୨ରୁ ଅଧିକ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖି ସାରିଛନ୍ତି। ଇତି ମଧ୍ୟରେ କନ୍ନଡ଼-ଓଡିଆ ଦ୍ୱିଭାଷୀ ଚଳଚ୍ଚିତ୍ର ‘ନବମାସ’ ପାଇଁ ସଂଳାପ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଗକୁ ଆହୁରି ୨ରୁ ଅଧିକ କନ୍ନଡ଼ ପିଲ୍ମ ପାଇଁ ସେ ଲେଖା ଜାରି ରଖିଥିବା କହିଛନ୍ତି।

ଯୁବପିଢୀଙ୍କର ଟାଟୁର ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ନିଜର କ୍ୟାରିଅରକୁ ଗଢି ତୋଳିଛନ୍ତି। ତେଣୁ ପ୍ରଶାନ୍ତ ଆଗାମୀ ଦିନରେ ଓଡିଆ ଓ ହିନ୍ଦୀ ଭାଷାର ଫିିଲ୍ମ ପାଇଁ ସଂଳାପ ଲେଖିବାକୁ ଆଶା ରଖିଥିବା କହିଛନ୍ତି। ଆଗାମୀ ଦିନରେ ତାଙ୍କର ଉଦ୍ୟମ ଯୁବପିଢୀମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories