www.samajalive.in
Friday, December 12, 2025
23.1 C
Bhubaneswar

ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ; ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟକୁ ନେଉ ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବାବେଳେ ଏଭଳି ଅଘଟଣ ଘଟିଛି। ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୁର ବାଘଲପୁର ଗାଁ ନିକଟରେ ଏହି  ଘଟଣା ଘଟିଛି। ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ। ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବାବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା। ଉଭୟେ ବାଘଲପୁର ଗାଁ ପାର ହେଲା ପରେ ୬ ଜଣ ଡକାୟତ ୩ ଟି ବାଇକରେ ଆସିଥିଲେ। ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଦେଇଥିଲେ। ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇ ନେଇଥିବା ସୁଧାଂଶୁ କହିଛନ୍ତି। ଏନେଇ ଧର୍ମଶାଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି ସୁଧାଂଶୁ। ଡକାୟତ ଦଳ ଗୋଟିଏ ନମ୍ବର ବିହିନ ଗାଡି ଘଟଣା ସ୍ଥଳରେ ଛାଡି ଦେଇଥିବାବେଳେ ଗାଡିକୁ ପୋଲିସ ଜବତ କରିଛି। ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories