www.samajalive.in
Sunday, December 14, 2025
19.1 C
Bhubaneswar

ଗୃହର ଏହି ସ୍ଥାନ ନିୟମିତ ସଫା କରନ୍ତୁ !

ଆମେ ନିୟମିତ ଘରର ବିଭିନ୍ନ ସ୍ଥାନକୁ ନିଜର ଆବଶ୍ୟକ ଅନୁଯାୟୀ ସଫା କରିଥାଉ। ଦୈନନ୍ଦିନ ଜୀବନରେ ଏହା ମୁଖ୍ୟତଃ ନାରୀ ମାନେ ଏହି କାର୍ଯ୍ୟ କରିଥାଆନ୍ତି। ମାତ୍ର ଘରର କେତେକ ସ୍ଥାନକୁ ନିୟମିତ ସଫା କରିବା ଆବଶ୍ୟକ ଅଟେ। ଏହା ସଫା କରିବା ଦ୍ୱାରା ଆମକୁ ବହୁ ଶୁଭଫଳ ମିଳିଥାଏ।


ଘରର ମୁଖ୍ୟ ଫାଟକ – ଏହାକୁ ପ୍ରତିଦିନ ସଫା କରିବା ଆବଶ୍ୟକ । ଏହା ଦ୍ୱାରା ଘରେ ସକାରତ୍ମକ ଶକ୍ତି ରହିଥାଏ। ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗାକ୍ରାନ୍ତ ହୋଇ ନଥାଆନ୍ତି।

- Advertisement -


ତଉଲିଆ (ଗାମୁଛା) – ଏହାକୁ ମଧ୍ୟ ନିୟମିତ ସଫା କରିବା ଆବଶ୍ୟକ। ଏହା ଦ୍ୱାରା ଗୃହରେ ଥିବା ପୁରୁଷ ମାନଙ୍କ ମନ ପ୍ରଫୁଲ ରହେ। କର୍ମ କ୍ଷେତ୍ରରେ ମଧ୍ୟ ଅଧିକ ଉନ୍ନତି ହୋଇଥାଏ।


ରୋଷେଇ ଘର – ରୋଷେଇ ଘରର ଚଟାଣ ଓ ସଂପୂର୍ଣ୍ଣ ରୋଷେଇ ଘରକୁ ନିୟମିତ ସଫା କରିବା ଆବଶ୍ୟକ। ଏହା ଦ୍ୱାରା ଘର ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।


ବାଲକୋନି – ଏହାକୁ ମଧ୍ୟ ନିୟମିତ ସଫା କରିବା ଆବଶ୍ୟକ। ଏହା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।

 
ପଢା ଘର – ପିଲାଙ୍କ ପଢା ଘରକୁ ମଧ୍ୟ ନିୟମିତ ସଫା କରିବା ଉଚିତ। ଏହା ଦ୍ୱାରା ପିଲାଙ୍କର ଭଲ ପାଠ ହୁଏ। ପାଠ ପଢିବା ପାଇଁ ଆଗ୍ରହ ହେବା ସହ ସହଜରେ ପାଠ ମନେ ରହେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories