www.samajalive.in
Friday, December 12, 2025
15.1 C
Bhubaneswar

ସ୍ପୋଶାଲ ଟାସ୍କଫୋର୍ସ ଦ୍ୱାରା ୭୨ କିଲୋ ଗଂଜେଇ ଜବତ, ୨  ବ୍ୟବସାୟୀ ଗିରଫ

ବୌଦ୍ଧ :  ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ଟିମ ଦ୍ୱାରା ଶନିବାର ବାଉଁଶୁଣୀ ଥାନା  ଅନ୍ତର୍ଗତ ସିଙ୍ଗାରୀ ଢାବା ନିକଟରେ ଠିଆ ହୋଇଥିବା ଏକ ମାଲବାହୀ ମିନିଟ୍ରକ ଗାଡିରୁ ୭୨ କିଲୋ ଗଂଜେଇ ଜବତ କରାଯାଇଛି। ଗଂଜେଇ ଚାଲାଣ ମାମଲାରେ ସଂପୃକ୍ତ ଦୁଇଜଣ ଆନ୍ତରାଜ୍ୟ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ ରାୟଗଡା ଜିଲା ବିଷମକଟକର କଚପାଇ ଗ୍ରାମର ରମେଶ ଚନ୍ଦ୍ର କୌଶଲ୍ୟ ଓ କୋରାପୁଟ ଜିଲା ପଡୁଆ ଥାନା ଅନ୍ତର୍ଗତ ଚଟୱା ଗ୍ରାମର ଲକ୍ଷ୍ମଣ ଜାଲଙ୍କୁ ଗିରଫ କରାଯାଇଥିବାବେଳେ ବାଉଁଶୁଣୀ ଥାନା ହିଲୁଙ୍ଗ ଗ୍ରାମର ଶ୍ରୀକୃଷ୍ଣ ଖଟୁଆ ଫେରାର ହୋଇଯାଇଥିବା ଜଣାଯାଇଛି।  ଏହି ମାମଲାରେ ଗାଡିମାଲିକ ଢେଙ୍କାନାଳ ଜିଲା ଲଥିକା ଗ୍ରାମର ଚିତ୍ତରଂଜନ ପଲେଇ ଓ ମୁଖ୍ୟ ଷଡଯନ୍ତ୍ରକାରୀ କଲିକତାର ବିଷ୍ଣୁଙ୍କ ନାମରେ ମଧ୍ୟ ପୋଲିସ ମାମଲା ରୁଜୁ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ବାଉଁଶୁଣୀ ଥାନା କେସ ନମ୍ବର ୩୧/୨୧ ରେ ମାମଲା ରୁଜୁ କରି ରବିବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ସୂଚନା ପ୍ରଦାନ କରିଛନ୍ତି। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ  ୨ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ବୌଦ୍ଧଜିଲାର ବିଭିନ୍ନ ସୀମାନ୍ତ ଜଙ୍ଗଲ ଗୁଡିକରେ ହଜାର ହଜାର ଏକର ଜମିରେ ବ୍ୟାପକ ଭାବରେ ଗଂଜେଇ ଚାଷ କରାଯାଉଥିବାବେଳେ ପ୍ରତିବର୍ଷ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଗଂଜେଇ ଚାଷ ନଷ୍ଟ କରାଯାଉଅଛି। ଚଳିତବର୍ଷ ଗଂଜେଇ ଚାଷ ନଷ୍ଟ ପାଇଁ ପୁଲିସ ଓ ଅବକାରୀ ବିଭାଗକୁ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେଇଥିବାବଳେ କାଗଜପତ୍ରରେ ହଜାର ହଜାର ଏକରରେ ହୋଇଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ଗଛ କଟାଯାଇଥିବା ରେକର୍ଡ କରାଯାଇଛି। କିନ୍ତୁ ଗଂଜେଇ ବ୍ୟବସାୟରେ ଏହି ଚଢଉ ସତ୍ୱେ କୌଣସି ଫରକ ପଡି ନ ଥିବାବେଳେ ବ୍ୟବସାୟୀମାନେ ପ୍ରତିଦିନ ବିଭିନ୍ନ ଚୋରା ରାସ୍ତା ଦେଇ ଶହ ଶହ କୁଇଣ୍ଟାଲ ଗଂଜେଇ ଚାଲାଣ କରୁଥିବା ଜଣାଯାଇଛି। ତେବେ ଜିଲାରେ ପୁଲିସ,ଅବକାରୀ,ଜଙ୍ଗଲ ଓ ରାଜସ୍ୱ ବିଭାଗର ଜ୍ଞାତସାରରେ ଚାଲିଥିବା ଏହି କଳା ବ୍ୟବସାୟ ଉପରେ ଏସଟିଏଫ ପକ୍ଷରୁ ନଜର ରଖାଯାଇଛି। ଶନିବାର ଦିନ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସିଙ୍ଗାରୀ ଢାବା ନିକଟରେ ଠିଆ ହୋଇଥିବା ଗାଡିକୁ ଯାଞ୍ଚ କରି ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ୭୨.୨ କିଲୋ ଗଂଜେଇ ଜବତ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories