www.samajalive.in
Saturday, December 6, 2025
23.1 C
Bhubaneswar

ବିବାହିତା ମହିଳାଙ୍କୁ ଜୀଅନ୍ତା ପୋଡି ଦେଲେ….. ଥାନାରେ ଏତଲା

ମୋହନା : ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯାତନା । ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସନ୍ଦେହ । ଶେଷରେ ସାତଜନ୍ମକୁ ସାଥୀ ହୋଇ ହିନ୍ଦୁ ରିତୀନିତୀ ଅନୁସାରେ ବିବାହ କରିଥିବା ସ୍ତ୍ରୀକୁ କିରୋସିନି ବା ଡିଜେଲ ଢ଼ାଳି ଜୀଅନ୍ତା ପୋଡିଦେବା ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମରେ । ୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅକୁ ମୋହନା ଥାନା ଅନ୍ତର୍ଗତ ଗୋଠକୋଳି ଗ୍ରାମର କୈଲାସ ବେହେରାଙ୍କ ପୁତ୍ରକୁ ବିବାହ କରିଥିଲେ। ଉଭୟେ ବିବାହର ୧ ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଜୀବନ ଅତିବାହିତ କରିଥିଲେ। କିନ୍ତୁ ଉଭୟଙ୍କର ଏକ କନ୍ୟା ସନ୍ତାନ ୨୦୧୭ ମସିହାରେ ଜନ୍ମ ନେଇଥିଲା। ଝିଅ ଜନ୍ମକୁ ନେଇ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଫାଟ ସୃଷ୍ଟି ହେଲା। ସ୍ୱାମୀ ମଧୁସୂଦନ ବେହେରା ସ୍ତ୍ରୀ ମାନିନୀ ବେହେରାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ । ତା’ ପରେ ୨୦୧୯ ମସିହାରେ ସେମାନଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସନ୍ଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ ମଧୁସୂଦନ । ଏହା ଶହ ମଧୁସୂଦନଙ୍କ ପରିବାରର ବାପା କୈଳାସ ବେହେରା , ମାଆ ରତନୀ ବେହେରା , ଯା ସୁନା ବେହେରା , ଦେଢଶୁର ଲୋଚନ ବେହେରା , ଦିଅର ଜାରା ବେହେରା, ନଣନ୍ଦ ଜୋସ୍କା ମାଳି ମିଶି ପ୍ରତ୍ୟେକ ଦିନ ମାନିନୀ ଜୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏହି ଖବର ନିଜ ଭାଇ କୁମୁଦ ନାୟକଙ୍କୁ ଫୋନ ମାଧ୍ୟମରେ ବାରମ୍ଵାର ଜଣାଇ ଆସୁଥିଲେ ମାନିନୀ । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ମତାନ୍ତର ରହିଥିଲା। ଗତକାଲି ଅପରାହ୍ନ ୩ଟାରେ ମାନିନୀକୁ ହାତ ଗୋଡ଼ ବାନ୍ଧି ପାଟିରେ କନା ବିଣ୍ଡା ଦେଇ କିରୋସିନି ବା ଡିଜେଲ ପକାଇ ଜୀବନ୍ତା ମାରିଦେବା ପାଇଁ ଉଦ୍ୟମ କରିଥିଲେ ମଧୁସୂଦନଙ୍କ ପରିବାର ଲୋକେ। ତାଙ୍କ ଶରୀରର ୮୦ ଶତକଡ଼ା ଭାଗ ପୋଡ଼ି ଯାଇଥିଲା । ଘରେ ୩ ଘଣ୍ଟା ରଖିବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠି ମାନିନୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସୋମ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭୁବନେଶ୍ଵରସ୍ଥିତ ଭାରତପୁର ଥାନାରେ ଏକ ଅପମୃତ୍ୟୁ ମାମଲା କେସନଂ ୫୨/୨୧ ରେ ରୁଜ୍ଜୁ କରାଯିବା ସହ କ୍ୟାପିଟାଲ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ମୃତ ମାନିନୀର ବଡ଼ ଭାଇ ପ୍ରମୋଦ ସାନ ଭାଇ କୁମୁଦକୁ ଜଣାଇଥିଲେ। ଏହି ଖବର ଜାଣିବାପରେ କୁମୁଦ ନିଜ ଭଉଣୀକୁ ଜୀଅନ୍ତା ଜାଳି ମାରିଦେଇଥିବା ନେଇ ମୋହନା ଥାନାକୁ ଆସି ଲିଖିତ ଅଭିଯୋଗ ଦେଇଛନ୍ତି। ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନ୍ତଷ୍ଠାନ ଗ୍ରହଣ କରିବା ପାଇଁ କୁମୁଦ ଥାନା ଅଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ନେଇ ଖବର ଲେଖିବା ପର୍ୟ୍ୟନ୍ତ ଜଣାପଡିଛି। ସୂଚନା ଥାଉକି ମୃତ ମାନିନୀର ୫ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ଓ ଦେଢ଼ବର୍ଷର ପୁଅ ରାଜ ଅଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories