www.samajalive.in
Thursday, December 11, 2025
14.1 C
Bhubaneswar

ଠକିନେଲେ ୬୮.୪୫ ଲକ୍ଷ

ରାଜଧାନୀରେ ସାଇବର ଠକଙ୍କ ସହିତ ଚାକିରି ଓ ଫ୍ଲାଟ୍‌ ଦେବା ଲାଗି କହି ସାଧାରଣ ଲୋକଙ୍କୁ ଗତ ସପ୍ତାହକ ମଧ୍ୟରେ ୬୮.୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୫ କୋଟି ଟଙ୍କାର ଏକ ଋଣ କରାଇ ଦେବା ଲାଗି କହି ଡୁମୁଡୁମାର ସେକ୍‌ ସହିଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଚିତ୍ତରଞ୍ଜନ ପଣ୍ଡା ନାମକ ଜଣେ ବ୍ୟକ୍ତି ୩୮.୧୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସେକ୍‌ ସହିଦ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ଚାକିରି ଦେବା ଲାଗି ପ୍ରତିଶ୍ରୁତି ଦେଇ ମୌସୁମୀ ମହାନ୍ତି ନାମକ ଜଣେ ମହିଳାଙ୍କଠାରୁ ଜାଗମରାରେ ଅଫିସ ଖୋଲିଥିବା ସରୋଜ ଜେନା ନାମକ ଜଣେ ବ୍ୟକ୍ତି ୨୮,୦୦୦ ଟଙ୍କା ଠକି ନେଇଛି। ନୂଆପଲ୍ଲୀ କେଶରୀ ଏନକ୍ଲେଭ୍‌ରେ ଏକ ଫ୍ଲାଟ୍‌ ଦେବା ଲାଗି ବିଏସ୍‌ଏନ୍‌ଏଲ୍‌ର ଜଣେ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ପ୍ରଦୀପ କୁମାର ଜେନା ୨୯ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସେ ଗତ ବୁଧବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ରାଜଭବନ କଲୋନୀରେ ରହୁଥିବା ରାଜେଶ ସାହୁ ନାମକ ଜଣେ ଯୁବକ ୧.୦୫ ଲକ୍ଷ ଟଙ୍କାର ସାଇବର ଠକେଇର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟର ଡିପି ଟେକ୍ନୋଲୋଜି ନାମକ ଏକ ସଂସ୍ଥାରେ ଅନ୍‌ଲାଇନ୍‌ରେ ନାମ ଲେଖାଇଥିଲେ। ତେବେ ପରେ ଏଥିରୁ ସେ ତାଙ୍କ ନାମ ପ୍ରତ୍ୟାହାର ପରେ ତାଙ୍କ ନିକଟକୁ ବିଭିନ୍ନ ବାହାନାରେ ଟେଲିଫୋନ୍‌ କଲ୍‌ ଆସିଥିଲା। ତାଙ୍କୁ ବ୍ଲାକ୍‌ମେଲ୍‌ କରି ସାଇବର ଅପରାଧୀ ଏହି ଟଙ୍କା ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ‌େ‌ଶୖଳଶ୍ରୀବିହାରର ବଂଶୀଧର ସ୍ବାଇଁଙ୍କୁ ଗତ ବୁଧବାର ସିମ୍‌ ଭେରିଫିକେସନ୍‌ ବାବଦରେ ୧୦ ଟଙ୍କା ରିଚାର୍ଜ କରି ସାଇବର ଅପରାଧୀ ୧ ଲକ୍ଷ ୭୨ ହଜାର ଟଙ୍କା ଠକି ନେଇଥିଲେ।
ତେବେ ସାଇବର ହେଲ୍ପ ଡେସ୍କ ସହାୟତାରେ ଅନଲାଇନ୍‌ ଠକେଇର ସମ୍ମୁଖୀନ ହୋଇଥିବା ଦୁଇ ଜଣ ବ୍ୟକ୍ତି ଦେବାଶିଷ ମହାଲ୍ଲିକ ୭୦ ହଜାର ୯୦ ଟଙ୍କା ଏବଂ ନରେଶ ଚନ୍ଦ୍ର ମିଶ୍ର ୫୮,୯୮୭ ଟଙ୍କା ଫେରି ପାଇଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories