www.samajalive.in
Saturday, December 13, 2025
15.1 C
Bhubaneswar

ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ସନ୍ଦିଗ୍ଧ ଗିରଫ

ହରଭଙ୍ଗା : ଚଳିତବର୍ଷ ମନୁଷ୍ୟକୃତ ନିଆଁ ଦାଉରେ ମାତ୍ରାଧିକ ଜଙ୍ଗଲ ପୋଡି ଘଟଣା ବୌଦ୍ଧ ବନ ବିଭାଗର ନିଦ ହଜେଇ ଦେଇଛି। ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲବିଭାଗ ଅହରାତ୍ର ଆପ୍ରାଣ ଚେଷ୍ଟା ସତ୍ୱେ ନିଆଁଲିଭିବା ଥମୁନଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ପୋଡିକୁ ରୋକିବା ପାଇଁ ଜଙ୍ଗଲରେ ପେଟ୍ରୋଲିଂକୁ କଡାକଡି କରାଯିବା ସହିତ ନିଆଁ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କଡା ନିର୍ଦ୍ଦେଶ ରହିଛି। ଶନିବାର ସକାଳେ ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜର ଛତ୍ରଙ୍ଗ ବିଟର ମୁଣ୍ଡେଶ୍ୱର ଜଙ୍ଗଲ କମ୍ପାଟଚମେଂଟ -୩୦ରେ ପାଟ୍ରୋଲିଂ ବେଳେ ବନବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୪ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ହରଭଙ୍ଗା ଥାନା ଧୁଙ୍ଗିଆମୁଣ୍ଡା ଗ୍ରାମର ଉମାକାନ୍ତ ମଲ୍ଲିକ(୪୦), ପ୍ରଶାନ୍ତ ମଲ୍ଲିକ(୪୦), କୃଷ୍ଣଚନ୍ଦ୍ର ଦୀପ(୫୮) ଏବଂ ବଡଗୁଣ୍ଡୁରିସାହିର ବନ୍ଧୁଆ ବେହେରା(୫୦) ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ ପୁରୁଣାକଟକ ରେଞ୍ଜର ଧୁଙ୍ଗିଆମୁଣ୍ଡା ନିକଟସ୍ଥ ଘୁମୁକୁଡି ଡ୍ୟାମ ଉପରିଭାଗରେ ରହିଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ କମ୍ପାଟମେଟଂ-୩୦ରେ ତିନୋଟି ପଏଂଟରେ ନିଆଁ ଲାଗିଥିବା ସେଟଲାଇଟ ସୁତ୍ରରୁ ଖବର ମିଳିଥିଲା। ଏହା ପରେ ବୌଦ୍ଧ ଏ.ସି.ଏଫ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ପୁରୁଣାକଟକ ରେଞ୍ଜର ଅଫିସର ନିହାର ରଂଜନ ମଲ୍ଲିକ,ହରଭଙ୍ଗା ଫରେଷ୍ଟର ବିଜୟ ସାହୁ,ସୁବଳ ପ୍ରଧାନ,ମାନସ ରଂଜନ ସାହୁ,ଦୀପକ ନାଏକ,ଆଶିଷ ମେହେର ଏବଂ ଲାଲକୃଷ୍ଣ ସାହୁ ପ୍ରମୁଖ ସଦଳବଳେ ନିଆଁ ଲିଭେଇବା ପାଇଁ ପଂହଚିଥିଲେ। ପାହାଡ ଉପରେ ନିଆଁ ଲିଭାଇବା ସମୟରେ ପାହାଡ ତଳେ ଧୂଆଁ ଦେଖି କେତେଜଣ ବନକର୍ମଚାରୀ ନିଆଁକୁ ଲିଭାଇବା ପାଇଁ ତଳକୁ  ଆସିଥିଲେ। ସେହି ସମୟରେ ପାଖରେଥିବା ଉମାକାନ୍ତ ମଲ୍ଲିକଙ୍କୁ ଦେଖି ନିଆଁ ସଂର୍ପକରେ ତାଙ୍କୁ ସନ୍ଦେହରେ ପଚରାଉଚରା କଲାବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ସନ୍ଦେହରେ ତାଙ୍କୁ ଯାଂଚକଲାବେଳେ ପାଖରୁ ଏକ ଦିଆଶିଲ ପୁଡିଆ ମିଳିଥିଲା। ସେହି ପାଖରେଥିବା ଅନ୍ୟ ତିନିଜଣ ପ୍ରଶାନ୍ତ ମଲ୍ଲିକ,ବନ୍ଧୁଆ ବେହେରା, କୃଷ୍ଣ ଚନ୍ଦ୍ର ଦୀପଙ୍କୁ ମଧ୍ୟ ବନ ବିଭାଗ ନିଆଁ ଲଗାଉଥିବା ଘଟଣାରେ ଗିରଫ କରିଥିବା ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି। ସଚେତନତା ସତ୍ୱେ ବିଶେଷକରି କେନ୍ଦୁପତ୍ର ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ବୌଦ୍ଧ ବନଖଣ୍ଡ ଅଧିକାରୀ କହିଛନ୍ତି। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଆଗକୁ ବନାଗ୍ନିକୁ ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ଉମାକାନ୍ତ ମଲ୍ଲିକ କେନ୍ଦୁପତ୍ର ମୁନସୀଭାବେ କାର୍ଯ୍ୟକରୁଥିବା କହିଛନ୍ତି।ସେ ଆଜି ୯ଜଣ ଶ୍ରମିକଙ୍କୁ ଧରି ଗୋଛାକଟା ପାଇଁ  ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ନିଆଁ ଲଗାଇବା ସଂର୍ପକରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ଗିରଫ ହୋଇଥିବା ଅନ୍ୟ ତିନି ଜଣ ଜଙ୍ଗଲକୁ କାଠ ପାଇଁ ଯାଇଥିବା କହିଛନ୍ତି। ନିଆଁ ଲଗାଇବା ସଂର୍ପକରେ ପଚାରିବାରୁ ସେମାନେ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ କୃଷ୍ଣଚନ୍ଦ୍ର ଦୀପଙ୍କ ପନ୍ତ୍ରୀ କୁନି ଦୀପ ତାଙ୍କ ସ୍ୱାମୀ ଜଙ୍ଗଲକୁ କାଠ ଆଣିଯାଇଥିବାବେଳେ ତାଙ୍କୁ ଜଙ୍ଗଲରେ ନିଆଁଲଗାଉଥିବା ଭଳି ମିଥ୍ୟା ଅଭିଯୋଗରେ ବନ ବିଭାଗ ଗିରଫ କରିଥିବାରୁ ନିର୍ଦ୍ଦୋଷ ସ୍ୱାମୀଙ୍କୁ ଛାଡିଦେବା ପାଇଁ ବୌଦ୍ଧ ଡି.ଏଫ.ଓଙ୍କୁ ଗୁହାରୀ କରିଥିବା ଜଣାପଡିଛି।।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories