www.samajalive.in
Friday, December 12, 2025
19.1 C
Bhubaneswar

ଗୁଜୁରାଟ ମୁରବିରେ ଫସିଛନ୍ତି ଦାଦନ: କମ୍ପାନୀ କର୍ମଚାରୀଙ୍କ, ତାଗିଦ-୧୦ହଜାର ଟଙ୍କା ପଇଠ କଲେ ଘରକୁ ଫେରିପାରିବେ ଶ୍ରମିକ

ନର୍ଲା:ଗତ ସୋମବାର ୮ ତାରିଖରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ଭାନପୁର ଗ୍ରାମର ୧୧ ଜଣ ଶ୍ରମିକଙ୍କୁ ଗାଡି ପଠେଇ କାମ କରିବା ପାଇଁ ନେଇଛି ଗୁଜରାଟ ମୁରବିସ୍ଥ ଏକ ମାର୍ବଲ (ଲାଦିକାମ) କମ୍ପାନୀ। ସେମାନେ ନେଇଥିବା ଶ୍ରମିକମାନେ ପ୍ରତ୍ୟେକ ୧୦ ହଜାର ଲେଖାଏଁ ଫେରଇବାକୁ କହି କମ୍ପାନୀର କର୍ମଚାରୀମାନେ ମାଡ ମାରୁଥିବା ଅଭିଯୋଗ ହୋଇଛି। ମାଡରେ ଲହୁଲୁହାଣ ହୋଇ ଟଙ୍କା ପଠାଇବାକୁ ଘରକୁ ଖବର ଦେଇଛନ୍ତି ଶ୍ରମିକମାନେ। ଟଙ୍କା ନଦେଲେ ଆମକୁ ଛାଡିବ ନାହିଁ ବୋଲି ପ୍ରାଣ ବିକଳରେ ଫୋନ ଜରିଆରେ ଜଣାଇଛନ୍ତି। ୧୧ ଜଣଙ୍କ ମଧ୍ୟରୁ ନିତ୍ୟା ଘିଭେଲା ଟଙ୍କା ଦେଇ ଘରକୁ ଫେରିଛି। ଅନ୍ୟ ଚାରିଜଣ ନୀଳ ପରାଭୁଏ, ବଡ ପରାଭୁଏ, ରବି ପରାଭୁଏ, ପଦ୍ମନାଭ ପରାଭୁଏ ୮ ହଜାର ଲେଖାଏଁ ପଇଠ କରି କମ୍ପାନୀ ବାହାରେ ଅଛନ୍ତି।

 

- Advertisement -

ଅନ୍ୟ ଜଣେ କ୍ଷମା ମାଝୀର ଗତ କାଲି ଦିନ ୧୨ଟା ଠାରୁ ପତ୍ତା ମିଳୁନାହିଁ ବୋଲି ଶ୍ରମିକମାନେ ଜଣାଇଛନ୍ତି। ସଞ୍ଜୟ ନାଗ, ଧୁବଲେ ଗଉଡ, ଉମେଶ ପଧାନ ଓ ଗଜିନ ହରିଜନକୁ କମ୍ପାନୀ ଅଟକ ରଖି ମାଡ ମାରୁଥିବା ଖବର ହସ୍ତଗତ ହୋଇଛି। ଗରିବ ଲୋକେ ପେଟ ବିକଳରେ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି; ହେଲେ ସେମାନେ ସେତେ ସଚେତନ ନୁହ। ଏହାର ଫଳ ସ୍ବରୂପ ଦଲାଲ୍‌ମାନେ ଏହାର ଫାଇଦା ନେଇ ମାଲେମାଲ୍ ହେଉଥିବା ଜଣାପଡ଼ିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories