www.samajalive.in
Friday, December 12, 2025
19.1 C
Bhubaneswar

ସାଂସଦ ଓ ମନ୍ତ୍ରୀଙ୍କ ଦ୍ୱାରା ଆଠଗଡରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଆଠଗଡ : ଆଠଗଡ ସହରରେ କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଶନିବାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇ ଯାଇଛି। ଆଠଗଡ ଉତ୍ତରାଚଣ୍ଡୀ ମନ୍ଦିରର ଅନତି ଦୂରରେ ଏନଏସି ପକ୍ଷରୁ ପ୍ରାୟ ୬୪ଲକ୍ଷ ବ୍ୟୟରେ ଏକ ଅଣୁ ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) କୁ ସାଂସଦ ଶ୍ରୀ ମହତାବ ଏବଂ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦ୍‌ଘାଟିତ କରିଥିଲେ। ଏହି ପ୍ରକଳ୍ପରେ ଏନଏସି ଅଞ୍ଚଳରୁ ସଂଗୃହିତ ଅଳିଆ ଆବର୍ଜନା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ସାଂସଦ ମନ୍ତ୍ରୀ ଉକ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଜୈବିକ ଖତ ପ୍ରସ୍ତୁତି କରିବାରେ ନିୟୋଜିତ ହେବାକୁ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ କଥା ହୋଇଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ପ୍ରକଳ୍ପ ବିଷୟରେ ମନ୍ତ୍ରୀ ସାଂସଦଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଏଥି ସହିତ କନ୍ତୋଲ ଆଠଗଡ ରଥଗଡାଠାରେ ଦୁଇଟି ମୋ ସେବା କେନ୍ଦ୍ର ଉଦ୍‌ଘାଟିତ କରି ଏହା ସରକାରଙ୍କର ଏକ ଅଭିନବ ଯୋଜନା ଏବଂ ଏହାଦ୍ୱାରା ସାଧାରଣ ଜନତା କୌଣସି କାର୍ଯ୍ୟାଳୟକୁ ବାରମ୍ବାର ନଯାଇ ବିଭିନ୍ନ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ପରେ ପରେ ୱାର୍ଡ ନଂ ଅଞ୍ଚଳରେ କୋଠଘର ତଥା ୨ଟି ବୈଠକ ଗୃହ ଉଦ୍‌ଘାଟିତ କରି ସହରାଞ୍ଚଳ ବିକାଶ ପାଇଁ ବିଶେଷକରି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରିବା ରାଜ୍ୟସରକାରଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ ବୋଲି ମନ୍ତ୍ରୀ ସାଂସଦ ପ୍ରକାଶ କରିଥିଲେ। ଆଠଗଡ ସହରର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେବା ସହ ଏହାକୁ ଏକ ବିକଶିତ ସହରରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ସାଂସଦ ଶ୍ରୀ ମହତାବ ପ୍ରକାଶ କରିଥିଲେ। ଏଥିସହିତ ୮ନଂ ୱାର୍ଡରେ ସାଂସଦ ଉନ୍ନୟନ ପାଣ୍ଠିର ଅନୁଦାନରେ ନିର୍ମିତ ମନୋରମା କ୍ଲବର ନୂତନ ଗୃହକୁ ସାଂସଦ ମନ୍ତ୍ରୀ ଉଦ୍‌ଘାଟିତ କରି ଯୁବପିଢି ଦେଶର ଭବିଷ୍ୟତ ଏବଂ ସେମାନେ ସେବାକୁ ବ୍ରତଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଏନଏସି ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା, ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକ, ୭ନଂ ୱାର୍ଡ ବିଜେଡି ସଭାପତି ରୁଦ୍ର ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories