www.samajalive.in
Saturday, December 13, 2025
15.1 C
Bhubaneswar

ଜଣେ ବାଘୁଣୀ, ଦୁଇ ମାଙ୍କଡ଼; ଏଥର ହେବ ଖେଳ

ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ ବିଜେପି ମନ୍ତ୍ରୀ ଯଶୋବନ୍ତ ସିହ୍ନା

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳ ମୁଖ୍ୟାଳୟରେ ସେ ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ୮୩ ବର୍ଷୀୟ ପୂର୍ବତନ ବିଜେପି ନେତା ଯଶୋବନ୍ତ ବାଜପେୟୀ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ସେ କହିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ ପଶ୍ଚିମବଙ୍ଗର ସେବା କରିବାକୁ ଅନୁମତି ଦେଇଥିବାରୁ ସେ କୃତଜ୍ଞ। ଟି.ଏମ୍‍.ସି. ନେତା ଡେରେକ୍‍ ଓବ୍ରିଏନ୍‍, ସୁବ୍ରତ ମୁଖାର୍ଜୀ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତିରେ ଶ୍ରୀ ସିହ୍ନା ତୃଣମୂଳ ଭବନଠାରେ ଦଳରେ ଯୋଗ ଦେଇଥିଲେ।


ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଯଶୋବନ୍ତ ତାଙ୍କ ଟ୍ୱିଟରରେ ଲଗାତାର କିଛି ନ କିଛି ବାର୍ତା ଦେଇ ଆସୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନକୁ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ଏହା ଭାରତ ପାଇଁ ପ୍ରମୁଖ ବିଷୟ ବୋଲି କହିଛନ୍ତି। ସେ କହିଥିଲେ ଯେ ବେଙ୍ଗଲର ଭୋଟରମାନେ ସେମାନଙ୍କ ଭୋଟ ମାଧ୍ୟମରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବେ। ଅନ୍ୟ ପକ୍ଷରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ଯଶୋବନ୍ତ କହିଥିଲେ ଯେ ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ବିଜେପି ଉପହାସ କରିବା ଲଜ୍ଜାଜନକ। ସେ ନିଜ ଟ୍ୱିଟରରେ ଲେଖିଥିଲେ ଯେ ‘ଜଣେ ବାଘୁଣୀ, ଦୁଇ ମାଙ୍କଡ଼; ଏଥର ହେବ ଖେଳ।ବିଜେପିର ମମତାଙ୍କୁ ବାହାର ଲୋକ କହିବା ପ୍ରସଙ୍ଗରେ ଯଶୋବନ୍ତ କହିଥିଲେ ଯେ ମୋଦୀ ଓ ଶାହା କଣ ବେଙ୍ଗଲର ଅଧିବାସୀ।

- Advertisement -

୮୩ ବର୍ଷୀୟ ଶ୍ରୀ ସିହ୍ନା ୨୦୧୮ ମସିହାରେ ବିଜେପି ଛାଡ଼ିଥିଲେ। ୧୯୬୦ ବ୍ୟାଚ୍‍ର ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ସିହ୍ନା ୧୯୮୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ପ୍ରଥମେ ସେ ଜନତା ପାର୍ଟି ଏବଂ ପରେ ବିଜେପିରେ ସାମିଲ ହୋଇଥିଲେ। ୧୯୯୦ ମସିହାରେ ଶ୍ରୀ ସିହ୍ନା ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ମସିହାରେ ସେ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ। ତାଙ୍କ ପୁଅ ଜୟନ୍ତ ସିହ୍ନା ବିଜେପିର ଜଣେ ସଦସ୍ୟ ଏବଂ ଝାଡ଼ଖଣ୍ଡର ହଜାରିବାଗ୍‍ ଆସନରୁ ସାଂସଦ ଅଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories