www.samajalive.in
Sunday, December 14, 2025
26.1 C
Bhubaneswar

ସଂଘର୍ଷର ଜୟଯାତ୍ରାକୁ ସ୍ୱୀକୃତି: ଗୁହାଳରୁ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ

ଅମୃତସର: ଦାରିଦ୍ର୍ୟ ଅନଟନ ଭିତରେ କଟୁଥିଲା ଦିନ। ଦି ଓଳି ଦି ମୁଠା ଖାଇବାକୁ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିଲା। ଗୁହାଳରେ ଶୋଇବାକୁ ପଡ଼ୁଥିଲା ପରିବାରକୁ। କିନ୍ତୁ ଅଧ୍ୟବସାୟ ଓ ସାଧନା ତାଙ୍କୁ ନେଇ ଯାଇଥିଲା ଏସୀୟ କ୍ରୀଡ଼ାର ପଡ଼ିଆ ପର୍ଯ୍ୟନ୍ତ। ସେଠାରେ ସେ ଭାରତ ପାଇଁ ଆଣିଦେଇଥିଲେ ରୌପ୍ୟ ପଦକ। ଏହି ସଂଘର୍ଷ ଓ ଜୟଯାତ୍ରାର କାହାଣୀ ହେଉଛି ଖୁଶବିର କୌରଙ୍କ। ୨୦୧୪ ଏସୀୟ କ୍ରୀଡ଼ାରେ ଖୁଶ୍‍ବୀର ଜିତିଥିଲେ ରୌପ୍ୟ ପଦକ।
ଅମୃତସରର ରସୁଲ୍‍ପୁର କାଲାନ୍‍ ଗ୍ରାମ ନିବାସୀ ଖୁଶ୍‍ବୀର ଏବେ ପଞ୍ଜାବ ପୁଲିସ ବିଭାଗରେ ଡିଏସପି ଭାବେ ନିଯୁକ୍ତ ହୋଇଛନ୍ତି। ପିଲାଦିନର କଷ୍ଟ ଓ ସଂଘର୍ଷର କାହାଣୀ ବର୍ଣ୍ଣନା କରିଛନ୍ତି ଖୁଶ୍‍ବୀର। ଖୁଶ୍‍ବୀର ୬ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପା ବଲକାର ସିଂହଙ୍କ ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କ ମା’ ଯଶବୀର କୌରଙ୍କ ଉପରେ ପଡ଼ିଳା ଖୁଶ୍‍ବୀର, ସାନପୁଅ ଓ ତିନି ଝିଅଙ୍କ ଲାଳନପାଳନ ଓ ପାଠପଢ଼ାଇ ବଡ଼ ମଣିଷ କରିବାର ଭାର। ସିଲେଇ କରି ଓ ପାଖ ଗାଁରେ କ୍ଷୀର ବିକ୍ରି କରି ତାଙ୍କ ମା’ ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନ ଖାଇବା ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼େ। ଗୋଟିଏ ଘରେ ଗାଈ ସହିତ ପରିବାରକୁ ରହିବାକୁ ପଡ଼େ। ଖୁଶ୍‍ବୀର କିନ୍ତୁ ଘର ଚଳାଇବା ପାଇଁ ଦୃଢ଼ ପ୍ରତିଜ୍ଞା କଲେ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ଜିିତିବା ପରେ ଖୁଶ୍‍ବୀରଙ୍କ ପରିବାରର ଆର୍ଥିକ ଅବସ୍ଥାରେ କିଛିଟା ସୁଧାର ଆସିବାରେ ଲାଗିଲା। ୨୦୧୪ ଏସୀୟ କ୍ରୀଡ଼ାରେ ୨୦ କିମି ୱାକିଂ ରେସ୍‍ରେ ରୌପ୍ୟ ପଦକ ଜିତିବା ପରେ ଖୁଶ୍‍ବୀରଙ୍କ ପରିବାର ସିମେଣ୍ଟ ଘରେ ରହିବାର ସୌଭାଗ୍ୟ ପାଇଲେ।
ଖୁଶ୍‍ବୀରଙ୍କ ତିନି ଭଉଣୀ କ୍ରୀଡ଼ାକ୍ଷେତ୍ରରେ ମନୋନିବେଶ କରିଥିବା ବେଳେ ଭାଇ ଭାରତୀୟ ସେନାରେ ଯୋଗ ଦେବାକୁ ଇଚ୍ଛୁକ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories