www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରତିଶ୍ରୁତିର ସୁଅରେ ନାଗଭୂଷଣଙ୍କ ଜୀବନ ଡଙ୍ଗା…….

 

ରେଙ୍ଗାଲିକ୍ୟାମ୍ପ : ମଣିଷ ଜୀବନରେ ଅନେକ ବାଧା ବିଘ୍ନ ଆସେ। ସେ ସବୁକୁ ଅତିକ୍ରମ କରୁ କରୁ ମଣିଷ ଅଭ୍ୟସ୍ତ ହୋଇଯାଏ ଜୀବନ ଯୁଦ୍ଧ ସହ ସଂଗ୍ରାମ କରିବାରେ। କିଛି ଲୋକ ସେଇ ଯୁଦ୍ଧରେ ଜୟଯୁକ୍ତ ହୋଇଯାଆନ୍ତି, ଆଉ କିଛି ଲୋକଙ୍କ ପାଇଁ ପରିସ୍ଥିତି ଏମିତି ହୋଇପଡେ ଯେ ଶେଷରେ ପରିସ୍ଥିତିର ଦାସ ପାଲଟିଯାନ୍ତି । ସେମାନଙ୍କ ଜୀବନଟା ଦୁଃସ୍ତ ହୋଇପଡେ। ପ୍ରତି ମୁହୂର୍ତ୍ତରେ ବଞ୍ଚିବାର ସଂଘର୍ଷ କରିବାକୁ ପଡ଼ିଥାଏ। ଏମିତି ଏକ ସଂଘର୍ଷମୟ ଜୀବନ ବଞ୍ଚୁଛନ୍ତି  ଅତାବିରା ବ୍ଲକ ଜାଙ୍ଗେଡ଼ ପଞ୍ଚାୟତ ଭାଳୁପତ୍ରାର ନାଗଭୂଷଣ। ଅତାବିରା ଅଞ୍ଚଳରେ ପ୍ରଥମ ଥର ପାଇଁ ହୋଇଥିବା ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ନିଜର ଗୋଟିଏ ଆଖି ହରେଇ ଅର୍ଦ୍ଧାନ୍ଧ ହୋଇଯାଇଛନ୍ତି ସେ । ଗତ ୨୦୧୮ ମସିହା ଜୁଲାଇ ୭ତାରିଖ ଅପରାହ୍ନ ୩ଟାରେ ଏହି ବିସ୍ଫୋରଣ ଘଟି  ଅଞ୍ଚଳ ବାସୀଙ୍କ ହୃଦୟକୁ ଦୋହଲାଇ ଦେଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଝିଅ ସିରେଶା । କିନ୍ତୁ ନାଗଭୂଷଣ ଗୁରୁତର ଭାବରେ ଆହତ ହୋଇ ନିଜର ଗୋଟିଏ ଆଖି ହରାଇଥିଲେ। ଏହି ଘଟଣା ଦିନ ବରଗଡର ତତ୍କାଳୀନ ଏସ୍‌.ପି  ମୁକେଶ  କୁମାର ଭାମୁ ଓ ଏସ୍‌.ଡି.ପି.ଓ ସୁରେଶ ଚନ୍ଦ୍ର ନାଏକ ତଥା ସାଇନଟିଫିକ୍ ଦଳ ବି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତା ପର ଦିନ ବରଗଡ଼ ସାଂସଦ ତଥା ମନ୍ତ୍ରୀ ବି ପହଞ୍ଚି ଅନେକ ପ୍ରକାରର ସହାନୁଭୂତି ଓ ସ୍ୱାନ୍ତନା ଦେଇଆସିଥିଲେ। ଘଟଣା ଘଟିବାର ଆଜିକୁ ଦୁଇ ବର୍ଷ ସାତ ମାସ ପୁରିଲାଣି। ଏହା ଭିତରେ କେତେ ଏସ ପି , ସାଂସଦ ,  ପୁଲିସ ଅଧିକାରୀ ମାନେ ଅପରାଧୀକୁ ଧରି ଉପଯୁକ୍ତ ଦଣ୍ଡବିଧାନ ସହ ନାଗଭୂଷଣଙ୍କୁ ସହାୟତା ଦେବାର ପ୍ରତିଶୃତି ଦେଇ ଦେଇ ବଦଳି ହୋଇଯାଇଛନ୍ତି। ଗୋଟିଏ ପଟେ ନିଜର ଆଖି ପାଇଁ ଚିକିତ୍ସା କରିବା ଓ ଅନ୍ୟ ପଟରେ ଅପରାଧୀ କୁ ଧରିବା ତଥା  ଘଟଣାର ସତ୍ୟା ସତ୍ୟ କୁ ଖୋଜି ବାହାର କରିବା ପାଇଁ  ପ୍ରଶାସନର ଦ୍ବାରସ୍ଥ ହେଇ ହେଇ ନାଗଭୂଷଣ ଥକି ପଡିଛନ୍ତି। ଶେଷରେ ସେ ଡି ଆଇ.ଜି ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ଏକ ଦୃଢ଼ ଆଶା ମନରେ ବାନ୍ଧି। ହେଲେ ସମସ୍ତେ କେବଳ ପ୍ରତିଶୃତି ଦେଇ ନିଜର କର୍ତ୍ତବ୍ୟ ପୁରା କରିଥିଲେ। ନିଜର ଆଖିର ଜ୍ୟୋତି କୁ ଫେରି ପାଇବା ପାଇଁ ନାଗଭୂଷଣ  ଆଜି ପର୍ଯ୍ୟନ୍ତ ପ୍ରାୟ  ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ତଥାପି ଆଖି ଭଲ ହୋଇପାରିନି କି  ଦିଆଯାଇଥିବା ପ୍ରତିଶୃତି ଅନୁସାରେ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ବି  ମିଳିନାହିଁ । ଅନ୍ୟ ପକ୍ଷରେ ପରିବାର ସବୁବେଳେ ଭୟରେ ବଞ୍ଚୁଛନ୍ତି । ସବୁବେଳେ ପିଲାମାନଙ୍କ ସୁରକ୍ଷା  ପ୍ରତି ମନ ବ୍ୟାକୁଳ ରହୁଛି କେତେବେଳେ ପୁଣି କି ଅଘଟଣ ଘଟିବାର ସମ୍ଭାବନାରେ। ମରି ମରି ବଞ୍ଚିବା ଭଳି ପରିସ୍ଥିତି ହୋଇଯାଇଛି ନାଗଭୂଷଣ ଓ  ତାଙ୍କ ପରିବାର ପାଇଁ। କିନ୍ତୁ ପ୍ରଶାସନ କି ପୁଲିସ ଏଥିପାଇଁ କିଛି ପଦକ୍ଷେପ ନେଇନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଆଜି ପର୍ଯ୍ୟନ୍ତ ହାତ ବାନ୍ଧି ବସିରହିଛି ପୁଲିସ। ପାଟନାଗଡ଼ ବିସ୍ଫୋରଣର ପର୍ଦ୍ଦଫାସ ହୋଇପାରିଲା ହେଲେ ଏଇ ଘଟଣାଟି ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛି କାହିଁକି ବୋଲି ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ତେବେ ଏହା ପଛରେ କଣ ରହସ୍ୟ ରହିଛି? ଏହା କଣ ପୁଲିସର ଅପାରଗତା ନା ବନ୍ଧନୀ ଭିତରର କଥା ସ୍ପଷ୍ଟ ଜଣାପଡିନି। ଆଉ କେତେଦିନ ଧରି ନାଗଭୂଷଣ ପ୍ରତିଶୃତିର ସୁଅରେ ଭାସି ଚାଲିବେ ତାହା ଦେଖିବା ବାକି ରହିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories