www.samajalive.in
Saturday, December 13, 2025
26.1 C
Bhubaneswar

୨୧ରେ ଆସିବେ ରାଷ୍ଟ୍ରପତି : ସୁପର ସ୍ପେସାଲିଟି ହସପିଟାଲର ଲୋକାର୍ପଣ

ରାଉରକେଲା : ରାଉରକେଲାକୁ ୨୧ ମାର୍ଚ୍ଚରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାତୀୟ ପ୍ରଯୁକ୍ତି ସଂସ୍ଥାନର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଓ ଡିଗ୍ରୀ ପ୍ରଦାନ କରିବେ। ଏହି ଗସ୍ତ ଅବସରରେ ସେ
‘ସେଲ୍‌’ ତରଫରୁ ଇସ୍ପାତ ଜେନେରାଲ ହସପିଟାଲ ପରିସରରେ ନିର୍ମିତ ସୁପର ସ୍ପେଶାଲିଟି ହସପିଟାଲ ଉଦ୍‌ଘାଟନ କରିବା ସହିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଏବଂ ଅନ୍ୟମାନେ ଉପସ୍ଥିତ ରହିବେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଉରକେଲାରେ ପ୍ରଶାସନ ଓ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ଆଜି ଭାରତୀୟ ଇସ୍ପାତ ପ୍ରାଧୀକରଣ (ସେଲ୍‌)ର ଅଧ୍ୟକ୍ଷା ସୋମା ମଣ୍ଡଳ ନୂଆଦିଲ୍ଲୀରୁ ଆସି ରାଉରକେଲାରେ ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କରି ଫେରି ଯାଇଛନ୍ତି। ଏହି ଅବସରରେ ସେ ଆରଏସ୍‌ପି ପରିସରରେ ଏକ ବୈଠକରେ ଇସ୍ପାତ ଯୁଗ୍ମ ସଚିବ ପୁନିତ ବଂଶଲ, ସିଇଓ ଦୀପକ ଚଟ୍ଟରାଜ, ଜିଲାପାଳ ନିଖିଲ ପୱନ କଲ୍ୟାଣ, ଏସ୍‌ପି ମୁକେଶ ଭାମୁ, ଅତିରିକ୍ତ ଜିଲାପାଳ ସୁନୀଲ ଆବୋଲୀ ନରୱଣେ, ଆରଏସ୍‌ପି ଅଧିକାରୀ ବୃନ୍ଦ, କେନ୍ଦ୍ର ଇସ୍ପାତମନ୍ତ୍ରୀଙ୍କ ପକ୍ଷରୁ ସୁଦର୍ଶନ ଗୋଏଲ, ଟଙ୍କଧର ତ୍ରିପାଠୀ ଓ ପାର୍ଥସାରଥୀ ସାମଲ ପ୍ରମୁଖଙ୍କ ଉପସ୍ଥିତିରେ ସବିଶେଷ ଆଲୋଚନା କରିଥିଲେ। ଏହାପରେ ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସପିଟାଲ ଏବଂ ପାଖରେ ଥିବା ସଭା ସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ କ’ଣ ହେବ ତାହା ବସ୍ତୁତଃ ଆଜି ନିର୍ଦ୍ଧାରଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ଘୋଷଣା ଆଧାରରେ ବହୁ ପ୍ରତୀକ୍ଷିତ ସୁପର ସ୍ପେଶାଲିଟି ହସପିଟାଲର ଉଦ୍‌ଘାଟନ କାର୍ଯ୍ୟକ୍ରମ ରାଷ୍ଟ୍ରପତିଙ୍କ କରକମଳରେ ହେବାକୁ ଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ସ୍ୱାଭାବିକ ଆନନ୍ଦ ପ୍ରକାଶ ପାଇବା ସହିତ କାର୍ଯ୍ୟକ୍ରମ ନେଇ ଉକôଣ୍ଠା ବଢ଼ିଚାଲିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories