www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦନକାନନରେ ହର୍ପିସ୍‌ ବିଶେଷଜ୍ଞ

ନନ୍ଦନକାନନ : ଆସାମ ଗୌହାଟୀର ଜାତୀୟ ହର୍ପିସ୍‌ ଭୂତାଣୁ ବିଶେଷଜ୍ଞ ଡ. ଗୌରାଙ୍ଗ ମାହାତୋ ଓ ଭୁବନେଶ୍ବର ଭେଟରିନାରୀ କଲେଜର ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଡା. ନିରଞ୍ଜନ ସାହୁ ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ହାତୀ ବାସନ୍ତୀ ଓ ବାଘୁଣୀ ରେଣୁକାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ନନ୍ଦନକାନନ ଡାକବଙ୍ଗଳାରେ ଉପନିର୍ଦେଶକ ବିମଳପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଟିତ ବୈଠକରେ ଡ. ମାହାତୋ ଓ ପ୍ରଫେସର ଶ୍ରୀ ସାହୁଙ୍କ ସମେତ ପର୍ଯ୍ୟଟକ ଏସିଏଫ ଅମୂଲ୍ୟ କୁମାର ପରିଡ଼ା, ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡ. ରମଣୀ ରଞ୍ଜନ ବିଶ୍ବାଳ, ଜନ୍ତୁ ରେଞ୍ଜର ସୁଦୀପ୍ତ ପଣ୍ଡାଙ୍କ ସମେତ ପ୍ରାଣୀଉଦ୍ୟାନ ଚିକିତ୍ସକ ଉପସ୍ଥିତ ଥିଲେ। ହର୍ପିସ୍‌ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ଅସୁସ୍ଥ ହାତୀ ବାସନ୍ତୀ ଓ ବାଘୁଣୀ ରେଣୁକାର ଚିକିତ୍ସା ସମ୍ପର୍କିତ ସମସ୍ତ ରିପୋର୍ଟ ଦେଖିବା ପରେ ଉନ୍ନତ ମାନର ଚିକିତ୍ସା ଉପରେ ଆଲୋଚନା କରିଥିଲେ। ପ୍ରାଣୀଉଦ୍ୟାନ ଚିକିତ୍ସକ ଡା. ରମଣୀ ରଞ୍ଜନ ବିଶ୍ବାଳଙ୍କ ପକ୍ଷରୁ ହାତୀ ଓ ବାଘୁଣୀର ଚିକିତ୍ସା, ଯତ୍ନ ଲାଗି ନିଆଯାଉଥିବା ପଦକ୍ଷେପ ଉପରେ ଡା. ମାହାତୋ ସନ୍ତୋଷ ପ୍ରକାଶ କରିଥିଲେ। ପରେ ସେମାନେ ହାତୀ ସଫାରୀରେ ରହୁଥିବା ମାଈ ହାତୀ ବାସନ୍ତୀକୁ ଦେଖିଥିଲେ। ଏଥିସହ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନ୍‌ରେ ଚିକିତ୍ସାଧୀନ ବାଘୁଣୀ ରେଣୁକା ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ପଶୁପକ୍ଷୀଙ୍କ ରୋଗ ନିରୂପଣ ଲାଗି ବ୍ୟବସ୍ଥା କରିବା ସହ ଏଥିପାଇଁ ଆବଶ୍ୟକ ସରଞ୍ଜାମ ଓ ଯନ୍ତ୍ରପାତି ରଖିବାକୁ ପରାମର୍ଶ ଦେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories