www.samajalive.in
Saturday, December 13, 2025
26.1 C
Bhubaneswar

ନିଆଁ ଲାଗି ଜଳିଗଲା ଟେଲର ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

କଲମପୁର: ଥୁଆମୁଲ ରାମପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ଥିବା ଏକ ଟେଲର ଦୋକାନ ଘରେ ରେ ନିଆଁ ଲାଗିଯାଇଥିଲା। ଫଳରେ ଦୋକାନ ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହେଇଯାଇଛି। ଥୁଆମୁଳ ରାମପୁର ଗ୍ରାମର ବାଳକୃଷ୍ଣ ସରାବୁ ଏକ ଟେଲର ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ଆଜି ସକାଳୁ ତାଙ୍କ ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏନେଇ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। କିନ୍ତୁ ନିଆଁର ଗତି ଏତେ ପ୍ରଖର ଥିଲା ଯେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଦୋକାନ ଗୃହ ସମ୍ପୂର୍ଣ୍ଣ ଭଷ୍ମିଭୁତ ହେଇ ସାରିଥିଲା। ଦୋକାନ ଭିତରେ ଥିବା ୩ଟି ସିଲେଇ ମେସିନ ସହିତ ବହୁ ଗ୍ରାହକଙ୍କ ସିଲେଇ ପାଇଁ ଦିଆଯାଇଥିବା କପଡା, ସିଲେଇ ସରିଥିବା ପୋଷାକ ଓ ଅନ୍ୟାନ୍ୟ ଟେଲରିଂ ସାମଗ୍ରି ପୋଡ଼ି ଯାଇଥିଲା, ଯାହାର ଆନୁମନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଦୋକାନରେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧ ଜଣାପଡ଼ିନାହିଁ।

ଦୋକାନ ମାଧ୍ୟମରେ ପରିବାର ପ୍ରତିପୋଷଣ କରି ଆସୁଥିବା ବାଳକୃଷ୍ଣଙ୍କ ଦୋକାନ ଗୃହ ସହିତ ପୋଷାକ ଓ ଅନ୍ୟାନ୍ୟ ଟେଲରିଂ ସାମଗ୍ରୀ ପୋଡିଯିବା ପରେ ସେ ଅସହାୟ ହୋଇ ପଡିଛନ୍ତି। ସେ କେମିତି ପରିବାର ଚଳାଇବା ସହ ଗ୍ରାହକଙ୍କ ସାମଗ୍ରୀ ଫେରସ୍ତ କରିବେ ସେଥିନେଇ ଚିନ୍ତିତ ହୋଇ ପଡିଛନ୍ତି।। ଅନ୍ୟପକ୍ଷରେ ବାଳକୃଷ୍ଣ ତାଙ୍କର ଟେଲରିଂ ଦୋକାନ ପୋଡି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ଘର ପୋଡି ଯୋଗୁଁ ଅସହାୟ ହେଇ ପଡିଥିବା ବାଳକୃଷ୍ଣ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ସ୍ଥାନୀୟ ତହସିଲଦାର ତଥା ବିପର୍ଯ୍ୟୟ ପ୍ରଶାମନ ଅଧିକାରୀ ବିନୟ କୁମାର ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲା। ଦୋକାନ ପୋଡି ସମ୍ପର୍କରେ ତଦନ୍ତ କରାଯାଇ ସରକାରଙ୍କ ରିଲିଫ କୋଡ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories