www.samajalive.in
Sunday, December 7, 2025
26.1 C
Bhubaneswar

ଇଣ୍ଡିଆ ବୁକ୍‍ ଅଫ ରେକର୍ଡ଼ସରେ ରାଉରକେଲାର କୁନି ଝିଅ ପ୍ରିୟାଂଶୀ

ରାଉରକେଲା: ଇଣ୍ଡିଆ ବୁକ୍‍ ଅଫ ରେକର୍ଡ଼ସରେ ରାଉରକେଲାର କୁନି ଝିଅ ପ୍ରିୟାଂଶୀ ସ୍ଥାନ ପାଇବା ଚର୍ଚ୍ଚାର ବିଷୟ ହୋଇଛି। କଳିଙ୍ଗ ବିହାରରେ ରହୁଥିବା ପ୍ରଫୁଲ କୁମାର ପଟ୍ଟନାୟକ ଓ ପଦ୍ମିନୀଙ୍କ ୨ବର୍ଷ ୩ମାସର କନ୍ୟା ପ୍ରିୟାଂଶୀ ନିଜର ସ୍ମୃତି ଶକ୍ତି ପାଇଁ ଏହି ଗୌରବ ପାଇବାରେ ସଫଳ ହୋଇଛନ୍ତି। ୨୯ଟି ରାଜ୍ୟର ରାଜଧାନୀ, ୫୦ଟି ଜାତୀୟ ପତାକାକୁ ଚିହ୍ନଟ କରିବା, ୧୧ଜଣ ଭାରତୀୟ ପ୍ରମୁଖ ରାଜନେତା, ୧୪ଟି ସେପ୍‍, ୧୪ଟି ଖେଳ, ଶରୀରର ୧୪ଟି ଅଙ୍ଗ ପ୍ରତ୍ୟେଙ୍ଗ, ୧୬ଟି ସଙ୍ଗୀତ ଉପକରଣ, ଦେଶର ୯ଜଣ ମହିୟସୀ ମହିଳା, ୨୦ଟି ଫଳ, ୨୨ଟି ପଶୁ, ୧୪ଟି ପକ୍ଷୀ, ୧୪ଟି ଯାନବାହନ, ୧୦ଟି ଫୁଲ, ଇଂରାଜୀ ବର୍ଣ୍ଣମାଳା, ୧ରୁ ୩୦ ଅଙ୍କ, ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଂଜୟ ମନ୍ତ୍ର, ଗଣେଣ ବନ୍ଦନା, ଦେଶର ପ୍ରମୁଖ ସାଧାରଣ ଜ୍ଞାନ ପ୍ରଶ୍ନୋତର, ଜାତୀୟ ସଙ୍ଗୀତ, ରାଜ୍ୟ ଓ ସହର ନାମ ଓ ରାଷ୍ଟ୍ରପତିଙ୍କ ନାମ ମନେ ରଖି ଏହି କୁନି ଝିଅ ଚମତ୍କାରିତା ଦେଖାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories