www.samajalive.in
Saturday, December 13, 2025
26.1 C
Bhubaneswar

ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ

ମୁମ୍ବଇ: ସ୍କର୍ପିଓନ ଶ୍ରେଣୀ ବୁଡ଼ାଜାହାଜ ‘ଆଇଏନଏସ କରଞ୍ଜ’ ବୁଧବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ନୌସେନାରେ ସାମିଲ ହେବାରେ ଏହା ହେଉଛି ସ୍କର୍ପିଅନ୍‌ ଶ୍ରେଣୀର ତୃତୀୟ ବୁଡ଼ାଜାହାଜ। ପୂର୍ବରୁ ‘ଆଇଏନ୍‌ଏସ୍‌ କଲାବରୀ’ ଓ ‘ଆଇଏନ୍‌ଏସ୍‌ ଖଣ୍ଡାରୀ’ ନୌବାହିନୀରେ ସାମିଲ ହୋଇଛି। ମୁମ୍ବାଇସ୍ଥିତ ନାଭାଲ୍ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏହାକୁ ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରାଇଛନ୍ତି। ଫ୍ରାନ୍ସ ସହାୟତାରେ ମଜଗାଓଁ ଡକ୍‌ୟାର୍ଡରେ ନିର୍ମିତ ଏହି ଅତ୍ୟାଧୁନିକ ବୁଡ଼ାଜାହାଜକୁ ସମୁଦ୍ର​‌େ​‌ର ‘ନିରବ ଘାତକ’ ବୋଲି କୁହାଯାଉଛି। ଏହା କ୍ଷେପଣାସ୍ତ୍ର ନିକ୍ଷେପ ସହିତ ସମୁଦ୍ରରେ ମାଇନ୍ସ ବିଛାଇବାରେ ସକ୍ଷମ। ଏହା ରାଡାରରେ ଧରାପଡ଼େ ନାହିଁ। ଏହି ବୁଡ଼ାଜାହାଜରେ ବିଶ୍ବର ସବୁଠୁ ଶକ୍ତିଶାଳୀ ସୋନାର ସିଷ୍ଟମ ଖଞ୍ଜା ହୋଇଛି; ଯାହାଦ୍ବାରା ଏହା ଗତି କରିବାର ଶବ୍ଦ ଶୁଣାଯିବ ନାହିଁ। ଏହା ନିଶବ୍ଦରେ ଶତ୍ରୁର ମୁକାବିଲା କରିପାରିବ। ଯେ କୌଣସି ଜଳବାୟୁରେ ଏହା କାର୍ଯ୍ୟ କରିବାକୁ ସକ୍ଷମ। ଆଇଏନଏସ କରଞ୍ଜର ଲମ୍ବ ୭୦ ମିଟର ହୋଇଥିଲାବେଳେ ଉଚ୍ଚତା ୧୨ ମିଟର ଓ ଓଜନ ୧୫୬୫ ଟନ୍। ଏହା ପ୍ରାୟ ୩୫୦ ମିଟର ଗଭୀର ସମୁଦ୍ରରେ ୪୦ ରୁ ୫୦ ଦିନ ଯାଏ ନିୟୋଜିତ ହୋଇପାରିବ। ଇଂରାଜୀ ବନାନ ଅନୁସାରେ କରଞ୍ଜର ପ୍ରତିଟି ଅକ୍ଷର ମହତ୍ତ୍ବପୂର୍ଣ୍ଣ। କେ-କିଲର ଇନ୍ସଟିକ୍ଟ, ଏ-ଆତ୍ମନିର୍ଭର ଭାରତ, ଆର-ରେଡି, ଏ-ଆଗ୍ରେସିଭ୍, ଏନ୍‌-ନିମ୍ବଲ, ଜେ-ଜୋଶ ବୋଲି ନାମକରଣ ସମ୍ପର୍କରେ ଦର୍ଶାଇଛି ନୌସେନା। ଭାରତୀୟ ନୌସେନା ୨୦୦୫ରେ ଫ୍ରାନ୍ସ ସହ ୬ଟି ସ୍କର୍ପିଓନ ବୁଡ଼ାଜାହାଜ ତିଆରି ପାଇଁ ଚୁକ୍ତିବଦ୍ଧ ହୋଇଥିଲା। ପ୍ରୋଜେକ୍ଟ ୭୫ ଅାଧାରରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଆଇଏନ୍‌ଏସ୍‌ କରଞ୍ଜ ଏହି ଚୁକ୍ତିର ଅଂଶବିଶେଷ। ଏହି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ବେଲା’ ଏବେ ପରୀକ୍ଷା ପର୍ଯ୍ୟାୟରେ ରହିଛି। ଅନ୍ୟ ଦୁଇଟି ହେଉଛି ‘ଆଇଏନ୍‌ଏସ୍‌ ବାଗିର’ ଓ ‘ଆଇଏନ୍‌ଏସ୍‌ ବାଗଶିର’।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories