www.samajalive.in
Thursday, December 11, 2025
16.1 C
Bhubaneswar

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ’ ସ୍କୁଲର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର : ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ମଙ୍ଗଳବାର ଓଜେଏସ୍‍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ୍‍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି । କେବଳ କିଟ୍ ଲ ସ୍କୁଲ୍‌ର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଟ୍‍ ଲ ସ୍କୁଲର ୩ଜଣ ଛାତ୍ର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜ୍ଜନ କରିଛନ୍ତି । ଲ’ ସ୍କୁଲର କୃଷ୍ଣ ମିଶ୍ର ତୃତୀୟ ସ୍ଥାନରେ ରହିଥିବା ବେଳେ ଶୁଭଜିତ ବେହେରା ଓ ଦେବାନ ସତ୍ୟଦର୍ଶୀ ନନ୍ଦ  ପଞ୍ଚମ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଓଜେଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଟ୍‍ ଲ ସ୍କୁଲର ଅନ୍ୟ ୬ ଛାତ୍ରଛାତ୍ରୀ ହେଲେ ଚନ୍ଦନ ଦେହୁରୀ, ଦେବମାଳିନୀ ଐଶ୍ୱର୍ଯ୍ୟା, ଜୟା ରାୟ, ମନ୍ଦିରା ମହାନ୍ତ, ସାରୋନ୍‍ ବସ୍ତିଆ ଏବଂ ଭିୟେନା ନାୟକ। କୃତକାର୍ଯ୍ୟ ହୋଇଥିବା ଏହି ୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ କିଟ୍‍ ଲ ସ୍କୁଲ‍ରୁ ଏଲ୍‍ଏଲବି କରିଥିବା ବେଳେ ୨ଜଣ ବର୍ତ୍ତମାନ ଏଲ୍‍ଏଲ୍‍ଏମ୍‍ କରୁଛନ୍ତି । ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲ‌କ ଧନ୍ୟବାଦ ଜଣାଇବା ସହ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି କହିଛନ୍ତି । ଅପରପକ୍ଷରେ ଏହି ଅଭୂତପୂର୍ବ ସଫଳତାରେ କିଟ୍‍ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଟ୍‍ ଲ’ ସ୍କୁଲର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କିଟ୍‍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସଫଳତା ପାଇ ଆସୁଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories