www.samajalive.in
Wednesday, December 10, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତକୁ ବାଟ ଓଗାଳିବ ଜିଲା ବିଜେପି – ସାମ୍ବାଦିକ ସମ୍ମିଳନୀରେ ଚେତାବନୀ

କଂଟାବାଂଜି : ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶାର ନୂଆପଡା ଜିଲ୍ଲା ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରାଜଖରିଆର ଠାରେ ହେବାକୁ ଥିବା ସମାବେଶକୁ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ କଟୁ ସମାଲୋଚନା କରିଛନ୍ତି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଓ କଲାହାଣ୍ଡି ଗସ୍ତରେ ଘୋଷଣା କରାଯାଇଥିବା ୪ ହଜାର କୋଟି ଓ ୨ ହଜାର କୋଟିର ପ୍ରକଳ୍ପ ସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ବିଶେଷ କରି ବିଜେପୁର ଇଲେକ୍ସନ ରେ ଘୋଷଣା କରିଥିବା ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ର କଣ ହେଲା ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ  ଆରମ୍ଭର ସୁନେଲି ସ୍ୱପ୍ନ ଜିଲ୍ଲାବାସୀଙ୍କୁ ୫(ଟି) ସଚିବଙ୍କ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମାନ୍ୟବର ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗିତା ସିଂଦେଓ ଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ ଯାହା କହିଲେ ତାହା ପ୍ରମାଣିତ ହେଲା ଏହା ଏକ ଧୂଆଁବାଣ। ସେହିପରି କଳାହାଣ୍ଡି ମେଡିକାଲ କଲେଜର କଣ ହେଲା, ଦୁଇଟି ଏମ୍.ଓ.ୟୁ କରି ଦୁଇ ଥର ଭୁଆଁ ବୁଲାଇଛନ୍ତି ମୂଖ୍ୟମନ୍ତ୍ରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଆସନ୍ତା କାଲି ହେବାକୁ ଥିବା ସମାବେଶରେ ମଧ୍ୟ ସେ ଏଭଳି ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଠକିବାକୁ ସରକାରି ତାହାବିଲ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶତାଧିକ ବିଧାୟକ ଓ ଦୁଇ ଡଜନ ମନ୍ତ୍ରୀଙ୍କୁ ଦୀର୍ଘ ଏକ ସପ୍ତାହ ହେଲା ସମାବେଶକୁ ସଫଳ କରିବାକୁ ଲଗେଇଛନ୍ତି। ଏହାକୁ ବିଜେପି ନିନ୍ଦା କରୁଛି ସେ ବୋଲି କହିଛନ୍ତି। ବିଧାନ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଚାଷୀ ଉତ୍ପାଦନ କରିଥିବା ସମସ୍ତ ଧାନ କିଣିବୁ ବୋଲି ପ୍ରତିଶୃତି ଦେଲେ, ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ଯେମିତି କୁ ସେମିତି ପଡି ରହିଛି। ଏହାକୁ ବିରୋଧ କରି ଆସନ୍ତାକାଲି ବିଜେପି ଚାଷୀ ସଙ୍ଗେ ମିଶି ରାସ୍ତାରୋକ କରିବ ଚେତାବନୀ ଦିଆଯାଇଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories