www.samajalive.in
Saturday, December 13, 2025
26.1 C
Bhubaneswar

ଫ୍ରିଡମ୍‍ ସେଲ : ଆମାଜନ୍‍, ଫ୍ଲିପକାର୍ଟ ଏବଂ ସ୍ନାପଡିଲରେ ମିଳିବ ଏହି ବିଶେଷ ଅଫର

ନୂଆଦିଲ୍ଲୀ : ପାଖେଇଆସୁଛି ଅଗଷ୍ଟ ପନ୍ଦର। ତେଣୁ ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ବିଭିନ୍ନ ଅନଲାଇନ୍‍ ସପିଂ କମ୍ପାନୀ ତଥା ଇ-କମର୍ସ ସାଇଟସ୍‍ରେ ସ୍ୱତନ୍ତ୍ର ରିଆତି ତଥା ସେଲ ଅଫର ଆରମ୍ଭ କରିଛନ୍ତି। ଫ୍ଲିପକାର୍ଟ, ଆମାଜନ୍‍, ସ୍ନାପଡିଲ ଭଳି ଇ-କମର୍ସ ସାଇଟସ୍‍ ରେ ଏବେ ଫ୍ରିଡମ୍‍ ସେଲ ଚାଲିଛି। ଫ୍ଲିପକାର୍ଟରେ ଶୁକ୍ରବାର ଏହି ଫ୍ରିଡମ୍‍ ସେଲର ସୁଭାରମ୍ଭ ହୋଇଛି ଯାହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଆମାଜନ୍‍ର ଫ୍ରିଡମ୍‍ ସେଲ ଅଗଷ୍ଟ ୯ତାରିଖରୁ ଆରମ୍ଭ ହୋଇଛି ଯାହା ଅଗଷ୍ଟ ୧୨ରେ ସରିବ। ସେହିଭଳି ସ୍ନାପଡିଲରେ ଏହି ଅଫର ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଯାହା ଅଗଷ୍ଟ ମାସ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତୁ ଏହି ତିନୋଟି ସାଇଟସ୍‍ ରେ କ’ଣ ସବୁ ଅଫର ରହିଛି ସେ ବିଷୟରେ ଜାଣିବା।

ଆମାଜନରେ ଫ୍ରିଡମ୍‍ ସେଲର ଅଫର
ସର୍ବପ୍ରଥମେ ଆମାଜନ ବିଷୟରେ କହିଲେ ଏଥିରେ ସାମସଙ୍ଗ୍‍ ର ସ୍ମାର୍ଟଫୋନ୍‍ ଉପରେ ୧୦,୦୦୦ଟଙ୍କାର ରିଆତି ପାଇପାରିବେ। ଏହାବ୍ୟତୀତ ଆପଣ ଷ୍ଟେଟ ବ୍ୟାଙ୍କର ଡେବିଟ୍‍ ଏବଂ କ୍ରେଡିଟ୍‍ କାର୍ଡରୁ ସପିଙ୍ଗ୍‍ କରିବା ଦ୍ୱାରା ୧୦ପ୍ରତିଶତ ରିଆତି ପାଇପାରିବେ। ଏହାସହିତ ଅମାଜନରୁ ପେମେଣ୍ଟ କରିବା ଦ୍ୱାରା ୫ପ୍ରିତିଶତ କ୍ୟାସବ୍ୟାକ୍‍ ପାଇପାରିବେ। ଆମାଜନ୍‍ରେ ଅନର-୭ ଏକ୍ସ ୬୪ଜିବି ଷ୍ଟୋରେଜର ଫୋନ୍‍ ୧୦,୯୯୯ଟଙ୍କାରେ କିଣିପାରିବେ। ଯାହାର ମୂଲ୍ୟ ୧୬,୯୯୯ଟଙ୍କା। ଏହାସହିତ ଏହି ଫୋନ୍‍ରେ ୯୦୦୦ଟଙ୍କାର ଏକ୍ସଚେଞ୍ଜ ଅଫର ମିଳିବ।
ଏହାବ୍ୟତୀତ ଅମାଜନ୍‍ରେ ଅନର ଭ୍ୟୁ-୧୦, ୧୨୮ଜିବି ଷ୍ଟୋରେଜର ୩୫,୯୯୯ଟଙ୍କା ମୂଲ୍ୟର ଫୋନକୁ୍‍ ଅଫର ଅନୁସାରେ ୨୪,୯୯୯ଟଙ୍କାରେ କିଣିପାରିବେ। ସେହିଭଳି ଅମାଜନ୍‍ ବ୍ରାଣ୍ଡ-୧୦ ଏବଂ ଜି ର ୬୪ଜିବି ଷ୍ଟୋରେଜ ଥିିବା ୧୩,୯୯୯ଟଙ୍କା ମୂଲ୍ୟ ଫୋନ୍‍ ୬,୯୯୯ ଟଙ୍କାରେ ଉପଲବ୍ଧ ହେଉଛି।

- Advertisement -

ଫ୍ଲିପକାର୍ଟରେ ଫ୍ରିଡମ୍‍ ସେଲର ଅଫର
ଫ୍ଲିପକାର୍ଟରେ ୬୯୯ଟଙ୍କାରେ ଆପଣ ପାୱାର ବ୍ୟାଙ୍କ୍‍ କିଣିପାରିବେ। ଷ୍ଟେଟ ବ୍ୟାଙ୍କର କ୍ରେଡିଟ ଏବଂ ଡେବିଟ କାର୍ଡରେ ସପିଙ୍ଗ କରିବା ଦ୍ୱାରା ୧୦ପ୍ରତିଶତ କ୍ୟାସବ୍ୟାକ ପାଇପାରିବେ। ଏହାବ୍ୟତୀତ ଫ୍ଲିପକାର୍ଟର ଅର୍ନରର ଡୁଆଲ କ୍ୟାମେରା ଥିବା ଫୋନ୍‍ ଅର୍ନର ୭-ଏର ୮,୯୯୯ଟଙ୍କା ମୂଲ୍ୟର ଫୋନ୍‍ ୭,୯୯୯ଟଙ୍କାରେ ପାଇପାରିବେ। ଏହାବ୍ୟତୀତ ଆସସ ଜେନ୍‍ ଫୋନ୍‍ ମ୍ୟାକ୍ସ ପ୍ରୋ ଏମ୍‍ ୧ରେ ୫୦୦ଟଙ୍କା କମ୍‍ରେ ପାଇପାରିବେ। ଯାହାର ମୂଲ୍ୟ ୧୦,୪୯୯ଟଙ୍କା। ଏହି ଫୋନ୍‍ରେ ୫୦୦୦ଏମ୍‍ଏଚର ବ୍ୟାଟେରୀ ମିଳିବ।

ସ୍ନାପଡିଲରେ ଫ୍ରିଡମ୍‍ ସେଲର ଅଫର
ଏଥିରେ ବ୍ଲୁଟୁଥ ସ୍ପିକର ଉପରେ ୩୦ପ୍ରତିଶତ, ଏଚ୍‍ପିର ଲାପଟପ୍‍ ଉପରେ ୨୧ ପ୍ରତିଶତ ରିଆତି ଅଫର ଦିଆଯାଇଛି। ଏହାସହିତ ଏଚ୍‍ଡିଏଫ୍‍ସିର କ୍ରେଡିଟ ଏବଂ ଡେବିଟ କାର୍ଡରେ ପେମେଣ୍ଟ କରିବାଦ୍ୱାରା ୧୦ପ୍ରତିଶତ ରିଆତି ପାଇପାରିବେ। ଏହାବ୍ୟତୀତ ସ୍ନାପଡିଲରେ ୨୯୯ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟରେ ଫିଚର ଫୋନ୍‍ କିଣିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories