www.samajalive.in
Monday, December 8, 2025
24.1 C
Bhubaneswar

ଦହିରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ

ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୁଏ।
ଖରା ଦିନରେ ଦହି ଖାଇବା ଦ୍ୱାରା ଶରୀରର ତାପମାତ୍ରା ସଠିକ ରହିବା ସହ ଅତ୍ୟଧିକ ଗରମ ଅନୁଭବ ହୁଏ ନାହିଁ।
ଦହିକୁ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଦହି ଖାଇବା ଦ୍ୱାରା ଦାନ୍ତ, ନଖ ଆଦି ଶକ୍ତ ହୋଇଥାଏ।
ଦହିରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ।
ଅଧିକ ପତଳା ସ୍ୱାସ୍ଥ୍ୟ ଥିବା ଲୋକେ ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇଥାଏ।
ଏହା କୋଲେଷ୍ଟେରୋଲ, ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ ରଖିବା ସହ ହୃଦୟ ସୁସ୍ଥ ରଖିଥାଏ।
ଦହିକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧ ବୋଲି କୁହାଯାଏ।
ମାତ୍ର ଦହିରେ ଲୁଣ ପକାଇ ଖାଇଲେ ଏହାର ସମସ୍ତ ଉପକାରୀ ତତ୍ତ୍ୱ ନଷ୍ଟ ହୋଇଯାଏ। ଦହିରେ ସର୍ବଦା ଚିନି, ମିଶ୍ରି, ଗୁଡ଼ ଆଦି ପକାଇ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
ଦହିରେ ମିଶ୍ରି ପକାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମିଶ୍ରି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ଏହାସହ ଆପଣ ଦେଖିଥିବେ ଜନ୍ମାଷ୍ଟମୀ ଦିନ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ନିକଟରେ ଦହି ଓ ମିଶ୍ରି ଭୋଗ ଲଗାଯାଏ।  ଦହିରେ ମିଶ୍ରି ପକାଇ ଖାଇବା  ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଦହିରେ ଥିବା ଉପକାରୀ ବ୍ୟାକ୍ଟେରିଆ ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ। ତେଣୁ ଦହିରେ ମିଶ୍ରି କିମ୍ବା ଚିନି ପକାଇ ଖାଇଲେ ଏହି ବ୍ୟାକ୍ଟେରିଆ ନଷ୍ଟ ହୁଅନ୍ତି ନାହିଁ ଓ ଉପକାରୀ ବ୍ୟାକ୍ଟେରିଆର ପରିମାଣ ବଢିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories