www.samajalive.in
Saturday, December 6, 2025
19.1 C
Bhubaneswar

ବାଟଲା ହାଉସ ଏନକାଉଣ୍ଟର: ଆତଙ୍କୀ ଆରିଜ ଖାନ୍‌ ଦୋଷୀ ସାବ୍ୟସ୍ତ, ୧୫ରେ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀର ସାକେତ କୋର୍ଟ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଆତଙ୍କୀ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୫ ତାରିଖରେ କୋର୍ଟ ଆରିଜ ବିରୋଧରେ ଦଣ୍ଡ ଶୁଣାଣି କରିବେ। ୨୦୧୮​‌ରେ ଆରିଜକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

କୋର୍ଟ ଆରିଜ ଖାନକୁ ଆର୍ମ୍ସ ଆକ୍ଟ ଏବଂ ଆଇପିସି ଧାରା ୩୦୨, ୩୦୭ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୦୮ରେ ଘଟିଥିବା ବାଟଲା ହାଉସ ଏନକାଉଣ୍ଟର ମାମଲା ପରଠାରୁ ଆରିଜ ଫେରାର ଥିଲା ଏବଂ ୧୦ ବର୍ଷ ପରେ ତା’କୁ ପୁଲିସ ନେପାଳରୁ ଗିରଫ କରିଥିଲା।

- Advertisement -

ଆତଙ୍କବାଦୀ ଆରିଜ ଖାନକୁ ବାଟଲା ହାଉସ ଏନକାଉଣ୍ଟରରେ ଜୀବନ ହରାଇଥିବା ଇନ୍ସପେକ୍ଟର ମୋହନ ଶର୍ମାଙ୍କ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ ପୁଲିସ କର୍ମଚାରୀ ବଲୱନ୍ତ ସିଂହ-ରାଜବୀରଙ୍କୁ ଜୀବନରୁ ମାରିଦେବାକୁ ଆରିଜ ଉଦ୍ୟମ କରିଥିଲା।

ତଦନ୍ତକାରୀ ଅଧିକାରୀ ଆରିଜର ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି କୋର୍ଟଙ୍କୁ ଜଣାଇବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଏହା ପରେ ଆରିଜ ପରିବାରଠାରୁ କେତେ ଟଙ୍କା କ୍ଷତିଭରଣା କରାଯାଇପାରିବ ସେ ନେଇ କୋର୍ଟ ସ୍ଥିର କରିବେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories