www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଶା ପୁରୁଷ ଦଳର ୪ର୍ଥ ଓ ମହିଳାର ଦ୍ବିତୀୟ ବିଜୟ

କଟକ: କିଟ୍‌ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର (ପୁରୁଷ ମହିଳା) ଭଲିବଲ ଚମ୍ପିଆନସିପ୍‌ର ବାଳକ ବିଭାଗରେ ଓଡ଼ିଶା ଲଗାତାର ୪ର୍ଥ ବିଜୟ ହାସଲ କରିଛି। ଗ୍ରୁପ-ଏଫ୍‌ରେ ସ୍ଥାନ ପାଇଥିବା ଓଡ଼ିଶା ବାଳକ ଦଳ ରବିବାର ସକାଳେ ଖେଳିଥିବା ତୃତୀୟ ଲିଗ୍‌ ମ୍ୟାଚରେ ୩-୧ ସେଟ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରିଥିଲା। ଓଡ଼ିଶା ପ୍ରଥମ ସେଟ୍‌କୁ ୨୨-୨୫ରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ସେଟ୍‌କୁ ୨୫-୨୦, ୩ୟ ସେଟ୍‌କୁ ୨୯-୨୭ରେ ଓ ୪ର୍ଥ ସେଟ୍‌କୁ ୨୬-୨୪ରେ ଜିତିଥିଲା। ସେହିପରି ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୩-୦ ସେଟ୍‌ରେ ଲଦାଖକୁ ପରାସ୍ତ କରିଛି।

ପୂର୍ବରୁ ଓଡ଼ିଶା ୩-୦ ସେଟ୍‌ରେ ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ସୋମବାର ଅନ୍ତିମ ଲିଗ୍‌ ମ୍ୟାଚ ଉତ୍ତରପ୍ରଦେଶ ସହିତ ଖେଳିବ। ସେହିପରି ମହିଳା ଦଳ ୩-୦ ସେଟ୍‌ରେ ଛତିଶଗଡ଼କୁ ପରାସ୍ତ କରି ଦ୍ବିତୀୟ ବିଜୟ ହାସଲ କରିଛି। ଓଡ଼ିଶା ପ୍ରଥମ ସେଟ୍‌କୁ ୨୫-୦୭ରେ, ୨ୟ ସେଟ୍‌କୁ ୨୫-୧୩ରେ ଓ ୩ୟ ସେଟ୍‌କୁ ୨୫-୧୨ରେ ଜିତିଥିଲା। ଓଡ଼ିଶା ପୂର୍ବରୁ ରାଜସ୍ଥାନ ନିକଟରୁ ପରାଜିତ ହୋଇଥିବାବେଳେ ୩-୦ ସେଟ୍‌ରେ ମଣିପୁରକୁ ପରାସ୍ତ କରିଥିଲା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories