www.samajalive.in
Friday, December 12, 2025
16.1 C
Bhubaneswar

ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାଜନକ, ଖୋର୍ଦ୍ଧା ଜିଲା ରାଜପଥରେ ୨୦ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁହାର ଉଦ୍‌ବେଗଜନକ। ୨୦୧୯ରୁ ୨୦୨୦ ମଧ୍ୟରେ ୪୯୪ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯ରେ ଖୋର୍ଦ୍ଧା ଜିଲାରେ ୨୮୨ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ୨୦୨୦ରେ ୨୧୨ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯ରେ ଜାତୀୟ ରାଜପଥରେ ୧୬୩ ଜଣଙ୍କର ମୃତ୍ୟୁ ଘଟିଥିଲା ଯାହା ୫୮ ପ୍ରତିଶତ ହୋଇଥିବା ବେଳେ ୨୦୨୦ରେ ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲା ସଡ଼କ ସୁରକ୍ଷା ସଂସଦୀୟ କମିଟି ଉଦ୍‌ବେଗ ପ୍ରକାଶ କରିଛି।

- Advertisement -

ଇମେଜ୍‌ ପରିସରରେ ଶନିବାର ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିରେ ସାଂସଦ ଅମର ପଟ୍ଟନାୟକ, ସଦସ୍ୟ ସଚିବ ଭାବେ ଖୋର୍ଦ୍ଧା ଜିଲାପାଳ ସନତ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲାରେ ୧୭୫.୭ କିଲୋମିଟର ଜାତୀୟ ରାଜପଥ ରହିଛି। ଖୋର୍ଦ୍ଧା ଜିଲାରେ ବର୍ତ୍ତମାନ ପର୍ୟ୍ୟନ୍ତ ୧୫,୪୬, ୭୯୧ ଗାଡ଼ି ପଞ୍ଜୀକରଣ ହୋଇଥିବା ୧୨,୨୩,୨୮୫ ଗାଡ଼ି ଚଳାଚଳ କରୁଛି। ଏହା ବ୍ୟତୀତ ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଯାନବାହନ ଚଳାଚଳ କରୁଛି। ଜାତୀୟ ରାଜପଥରେ ବରକୁଳରୁ ନଖରା ମଧ୍ୟରେ ଜାତୀୟ ରାଜପଥରେ ୨୦ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇଛି। ସେଥିର ପାହାଳ ରୁଦ୍ରପୁର କଟ୍‌, ଆଚାର୍ୟ୍ୟବିହାରରୁ ସତସଙ୍ଗ ବିହାର, ଗଙ୍ଗପଡ଼ା, ପିତାପଲୀ ଖଣ୍ଡଗିରି, ଆଇଗିଣିଆ, କଳିଙ୍ଗବିହାର, ଗୋହିରା, ତମାଣ୍ଡୋ ଓଭରବ୍ରିଜ୍, ପଳାଶୁଣି, ହଂସପାଳ, ଲଙ୍ଗିପୁର, ରାମେଶ୍ବରରୁ ଜଙ୍କିଆ, ନାଚୁଣି ପେଟ୍ରୋଲ୍‌ପମ୍ପ, ବମିଖାଲ ଏଭଳି କେତେକ ପ୍ରମୁଖ ଛକ ନିକଟରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇଛି। ଏସବୁ ବ୍ଲାକ୍‌ ସ୍ପଟରେ ଦୁର୍ଘଟଣା କାହିଁକି ଘଟୁଛି ନେଇ ଅଧିକ ତର୍ଜମା କରାଯିବା ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଜାତୀୟ ରାଜପଥ ପ୍ରଶସ୍ତୀକଣ କ୍ଷେତ୍ରରେ ନିର୍ମାଣ ସଂସ୍ଥା ପର୍ୟ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରୁ ନ ଥିବାରୁ ବହୁ ଦୁର୍ଘଟଣା ଘଟୁଥିବା ବୈଠକରେ ଆଲୋଚନା ହୋଇଥିଲା।
ସଡ଼କ ସୁରକ୍ଷା ନିୟମ ପାଳନ କରାଯିବା କ୍ଷେତ୍ରରେ ଅଧିକ ଜନସଚେତନା ଜରୁରୀ ବୋଲି କମିଟିର ଅଧ୍ୟକ୍ଷ ସାଂସଦ ମହାନ୍ତି ମତ ଦେଇଥିଲେ। ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରଥମ ଘଣ୍ଟାକ ମଧ୍ୟରେ ଚିକତ୍ସା ଅଧିକ ଜରୁରୀ। ତେଣୁ ଗୁଡ୍‌ ସମରିଟାନ୍‌ ନୀତି ସମ୍ପର୍କରେ ଜନସାଧାରଣ ଅଧିକ ଜାଣିବା ଜରୁରୀ। ସେହିପରି ସାଂସଦ ପଟ୍ଟନାୟକ କହିଥିଲେ, ମୋଟରଯାନ ଆଇନ୍‌ କ‌େ‌ଠାର ହେବା ପରେ ଅଧିକ ଲୋକ ସଚେତନ ହୋଇଛନ୍ତି। ତଥାପି ଏହାକୁ ଅଧିକ କଡ଼ାକଡ଼ି କରାଗଲେ ଦୁର୍ଘଟଣାକୁ ଆହୁରି ହ୍ରାସ କରାଯାଇପାରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories