www.samajalive.in
Friday, December 12, 2025
17.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ମୃତକଙ୍କ ପତ୍ନୀଙ୍କୁ ମିଳିଲା ୪୦ହଜାର ଟଙ୍କା ସହାୟତା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣଙ୍କ ନାମ ବିରଞ୍ଚି ବାଦୀ ଏବଂ ତାଙ୍କର ବୟସ ପ୍ରାୟ ୫୮ବର୍ଷ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ଖବର ଅନୁସାରେ ବିରଞ୍ଚି ବାଦୀ ଶୁକ୍ରୁବାର ଅପରାହ୍ନ ପ୍ରାୟ ୫ଟା ସମୟରେ ନିଜ ଘର ଠାରୁ ପ୍ରାୟ ୧କି.ମି. ଦୂରରେ ନିଜ ଜମିର କେନ୍ଦୁପତ୍ର ଗୋଛା କାଟିବାକୁ ଯାଇଥିଲେ। ସଂଧ୍ୟାରେ ଫେରିବା ସମୟରେ ରାସ୍ତରା ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣ ଦ୍ବାରା ଘଟଣା ସ୍ଥଳରେ ବିରଞ୍ଚିର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏଣେ ରାତି ପ୍ରାୟ ୭ଟା ସମୟ ପର୍ଯ୍ୟନ୍ତ ବିରଞ୍ଚି ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଶନିବାର ସକାଳୁ ପରିବାର ଲୋକେ ପୁଣି ଥରେ ଜଙ୍ଗଲରେ ଖୋଜାଖୋଜି କରିବାରୁ ଗ୍ରାମଠାରୁ ପ୍ରାୟ ୧କି.ମି.ଦୂରରେ ବିରଞ୍ଚିର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଏ ସଂପର୍କରେ ଖବର ପାଇ ନାକଟିଦେଉଳ ଥାନା ଅଧିକାରି ଇସ୍ମାଇଲ ଏକ୍କା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରେଢାଖୋଲ ପଠାଇଥିଲେ। ପୁଲିସ ପକ୍ଷରୁ ଏ ନେଇ କେସ ନଂ୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।

ଖବର ପାଇ ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ଏବଂ ବାଟଗାଁ ଫରେଷ୍ଟର ଅନୀଲ କୁମାର କିସାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ହାତୀ ଆକ୍ରମଣରେ ମୃତ ବିରଞ୍ଚି ବାଦୀର ସ୍ତ୍ରୀ ଗୁରୁବାରୀ ବାଦୀଙ୍କୁ ଘଟଣା ସ୍ଥଳରେ ସହାୟତା ବାବଦରେ ବନ ବିଭାଗ ପକ୍ଷରୁ ୪୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ହାତୀ ଟ୍ରାକିଂ ଏବଂ ହାତୀ ଘଉଡ଼ାଇବା ଦିଗରେ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ଼ ନିୟୋଜିତ କରାଯାଇ ଥିବା ରେଞ ଅଫିସର ଶ୍ରୀ ବେହେରା କହଛନ୍ତି ।
ଏଠାରେ ସୁଚନା ଯୋଗ୍ୟ ଯେ ନାକଟିଦେଉଳ ବନାଞ୍ଚଳରେ ଗତ କିଛି ବର୍ଷ ହେବ ବଣୁଆ ହାତୀ ମାନଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଏହି ହାତୀ ଉପଦ୍ରବରେ ବିଭିନ୍ନ ସମୟରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଉଥିବା ବେଳେ ଅନେକ ସମୟରେ ଧନଜୀବନ ମଧ୍ୟ ନଷ୍ଟ ହେବାରେ ଲାଗିଛି ।ହାତୀ ଉପଦ୍ରବରେ ଗତ ୬ବର୍ଷ ମଧ୍ୟରେ ଏହି ବନାଚଳରେ ୮ଜଣଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଥାଉକି କି ଗତ୨୦୧୪ରେ ଚଡ଼ଚଡ଼ି ଗ୍ରାମରେ ଜଣେ ବୃଦ୍ଧା, ୨୦୧୫ମାର୍ଚ୍ଚ ୩ତାରିଖରେ ଅଙ୍ଗବିରା ଗ୍ରାମର ଜଣେ ଯୁବକ, ୨୦୧୬ଜାନୁଆରୀ ୨୭ତାରିଖରେ ପ୍ରତାପପୁର ଗ୍ରାମର ଜଣେ ବୃଦ୍ଧ, ୨୦୧୯ ଜୁନ ୧୭ତାରିଖରେ ବିନ୍ଧପୁର ଗ୍ରାମରେ ଓ ୨୦୧୯ ଅକ୍ଟୋବର ୧୦ତାରିଖରେ ଡ଼ାହିମାଲ ଗ୍ରାମର ଜଣେ ଯୁବକ, ୨୦୨୦ ମଇ ୨୩ତାରିଖରେ ବେଠିଆବେର୍ଣ୍ଣୀ ଗ୍ରାମରେ ଜଣେ ମହିଳା ଏବଂ ସେହି ମଇ ମାସ ୨୯ତାରିଖରେ ହିତସରା ଗ୍ରାମର ଜଣେ ମହିଳାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories