www.samajalive.in
Saturday, December 6, 2025
23.1 C
Bhubaneswar

ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଅଘଟଣ: ଉଦ୍ଧାର ନାଁରେ ଅଜଗର ମାରିଦେଲେ ଗାଁ ଲୋକେ ଓ ବନ କର୍ମଚାରୀ

ଭୁବନେଶ୍ବର: ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗର ଶୀକାର କଲେ ବନ କର୍ମଚାରୀ ଓ ଗ୍ରାମବାସୀ। ଗତକାଲି ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଏକ ୧୦ ଫୁଟିଆ ଅଜଗରକୁ କୌଣସି ଏକ ଜନ୍ତୁକୁ ଗିଳିଦେବା ପରେ ସେଠାରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ଅଜଗର ଧରିବା ପାଇଁ ସ୍ଥାନୀୟ ଲୋକ ଚେଷ୍ଟା ଚଳାଇବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ଡମପଡା ରେଞ୍ଜରେ କାମ କରୁଥିବା କିଛି ୱାଚର ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଜଗର କାବୁ କରିଥିଲେ। ଏହାପରେ ସେମାନେ ଶିଆଳି ଲଟାରେ ଅଜଗର ବେକକୁ ଏବଂ ଦେହକୁ ବାନ୍ଧି ଦେଇଥିଲେ। ଅଜଗର ସାପକୁ ସେଭଳି ବାନ୍ଧି ଘୋଷାଡି ଘୋଷାଡ଼ି ଜଙ୍ଗଲରୁ ଗାଁ ଭିତରକୁ ଆଣିଥିଲେ। ଏହାପରେ ଜଙ୍ଗଲ ବିଭାଗର କର୍ମଚାରୀ ସେଠାରେ ଆସି ପହଞ୍ଚିଥିଲେ। ଜଙ୍ଗଲ କର୍ମଚାରୀ ଅଖା ଭିତରେ ଅଜଗରକୁ ଭର୍ତ୍ତି କଲା ତାହାର ମୃତ୍ୟୁ ହୋଇସାରିଥିଲା।

ଯେଉଁମାନେ ସାପ ଉଦ୍ଧାର କରିବା ପାଇଁ ଯାଇଥିଲେ ସେମାନଙ୍କର ସାପ ବିଷୟରେ ସାମାନ୍ୟତମ ଜ୍ଞାନ ନାହିଁ । ଏକ ସଂରକ୍ଷିତ ଜଙ୍ଗଲ ଭିରୁ ଅଜଗର ସାପକୁ ବାହାରଜୁ ଆଣିବା ଆଦୌ ଦରକାର ନଥିଲା। ଉଦ୍ଧାରକାରୀଙ୍କ ଭୁଲ ଯୋଗୁଁ ସାପଟିର ଜୀବନ ଗଲା। ଏଣୁ ଏହି ଅଜଗର ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ସମ୍ପୃକ୍ତ ଉଦ୍ଧାରକାରୀ ଏବଂ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ରାଇମବ୍ରାଞ୍ଚର ଆଡିସନାଲ ଡିଜିଙ୍କୁ ଅନୁରୋଧ କରିଛନ୍ତି ଏବଂ ଇ-ମେଲ ମାଧ୍ୟମରେ ଚିଠି ଲେଖିଛନ୍ତି। ଏହି ଘଟଣାରେ ଡମପଡା ରେଞ୍ଜ ଅଫିସରଙ୍କ ଅବହେଳା ଯଦି ପ୍ରମାଣିତ ହୁଏ, ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ ଶୁଭେନ୍ଦୁ କ୍ରାଇମବ୍ରାଞ୍ଚକୁ ଅନୁରୋଧ କରିଛନ୍ତି । ଏହି ଚିଠି ର ନକଲ ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଆଡିସନାଲ ଡ଼ାଇରେକ୍ଟର ଏବଂ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କୁ ମଧ୍ୟ ଦେଇଥିବା ଜଣାପଡ଼ିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories