www.samajalive.in
Saturday, December 13, 2025
26.1 C
Bhubaneswar

ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ଜିଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ ଠାରେ ଜିଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ସମ୍ବଲପୁର ଠାରେ ମୁଖ୍ୟ ଅତିଥି ରୂପେ ଜିଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଯୋଗ ଦେଇ ପଞ୍ଚାୟତି ରାଜ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ପ୍ରକାଶ କରିବା ସହିତ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।

କାର୍ଯ୍ୟକ୍ରମରେ ଜୀବିକା ନିର୍ବାହ କ୍ଷେତ୍ରରେ ଜିଲା ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିବା ‘ଅଭିନବ ଜୀବିକା ନିର୍ବାହ ପଦକ୍ଷେପ’ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା। ଏହି ଉପସ୍ଥାପନାରେ ବିଶେଷ କରି ପୋଷକା ତିଆରି, ବାଉଁଶ ତିଆରି ଉପକରଣ, ଜଙ୍ଗଲଜାତ ଦ୍ରବ୍ୟ, ଫୁଲ ଚାଷ, ଲଙ୍କା ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କିପରି ଜୀବିକା ଉପାର୍ଜନ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ତାହା ଦର୍ଶା ଯାଇଥିଲା। ସାମୁହିକ ଗୋଷ୍ଠୀର ବିକାଶ ଦିଗରେ କାର୍ଯ୍ୟ କରୁଥିବା କମ୍ୟୁନିଟି କ୍ୟାଡର ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଗୋଷ୍ଠୀ ସହାୟିକା ଭାବରେ ବୈରିଗୁଡାର ପଦ୍ମିନୀ ମାଝୀ, ଯାଅଁଲା ରେଙ୍ଗାଲୀର ବିନତା ଖର୍ସେଲ ଏବଂ ଜମନକିରା ଗୁଣ୍ଡରୁଚୁଆଁର ସବିତା ପଟେଲଙ୍କୁ ସମ୍ମାନୀତ କରାଯାଇଥିଲା। ସେହିଭଳି କୃଷି ମିତ୍ର ଭାବରେ ଯୁଯୁମୁରାର ସଙ୍ଖଜିନୀ ପ୍ରଧାନ, କୁଚିଣ୍ଡା ଦମୟନ୍ତୀ ସେଠୀ, ଜମନକିରା କୁର୍ମିର ଦିପ୍ତୀରାଣୀ ପଟେଲ, ପ୍ରାଣୀ ମିତ୍ର କୁଚିଣ୍ଡାର କୌଶଲ୍ୟା ପଟେଲ, ଯୁଯୁମୁରାର ପୁର୍ଣ୍ଣିମା ବିଶ୍ୱାଳ, ବାମରାର ସଂଯୁକ୍ତା କୁଜୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟାଙ୍କ ମିତ୍ର ଧନକଉଡାର ଯଶ୍ମିତା ସା, କୁଚିଣ୍ଡାର ମମତା ହାତୀ ଓ ଯୁଯୁମୁରାରର ଗୀତା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା। ଦକ୍ଷ ନଥିପତ୍ର ଲେଖିକା ଭାବରେ ଜମନକିରାର ସୁଭଦ୍ରା ପ୍ରଧାନ, ରେଙ୍ଗାଲିର ନିଳୀମା ସାହୁ ଓ ଯୁଯୁମୁରାରର ଦୀପ୍ତି ରାଣୀ ପଣ୍ଡା ଏବଂ ସମ୍ବଳ ବ୍ୟକ୍ତି ବାବରେ ଗଣେଶ ରାମ ପଣ୍ଡା, କେତକୀ ବେହେରା ଓ ସୁଜାତା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟାଙ୍କ ଗୁଡିକର ବ୍ୟବସାୟ ପ୍ରତିନିଧି ଭାବରେ ଜମନକିରାର ତିଳୋତ୍ତମା ପ୍ରଧାନ, କୁଚିଣ୍ଡାର ଜୟନ୍ତୀ ପଟେଲ ଓ ଐଶ୍ୱର୍ଯ୍ୟା ଦାଶ ଓ ଜୈବ କୃଷି ପାଇଁ ରେଢ଼ାଖୋଲର ପ୍ରଣବ ନାରାୟଣ ନାୟକ ଓ ଯୁଯୁମୁରାରର ସନ୍ତୋଷ ଫୁମା ଙ୍କୁ ସମ୍ମାନୀତ କରାଯାଇଛି। ଉଦ୍ୟୋଗୀ ମିତ୍ର, ଉତ୍ପାଦନ ଗୋଷ୍ଠୀ ଉଦ୍ୟୋଗୀ ଏବଂ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

- Advertisement -

କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନୀ ମଧ୍ୟ କରାଯାଇଥିବା ବେଳେ ପୃଥକୀକରଣ ଡଷ୍ଟବିନ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସସେନା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠି, ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ପଞ୍ଚାୟତ ପ୍ରତିନିଧି ସଦସ୍ୟ, ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories