www.samajalive.in
Saturday, December 13, 2025
26.1 C
Bhubaneswar

କେରଳ: ମାଟି ଅତଡ଼ା ଖସି ଫସି ରହିଛନ୍ତି ବିଦେଶୀଙ୍କ ସମେତ ୬୦ ଲୋକ

ମୁନ୍ନାର : କେରଳରେ ବର୍ଷା ବିତ୍ପାତ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ୨୬ ଜଣ ପ୍ରାଣ ହରାଇଛନ୍ତି ଓ ୪ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମୁନ୍ନାରରେ ମାଟି ଅତଡ଼ା ଖସିଛି। ଫଳରେ ସେଠାରେ ଏକ ରିସର୍ଟରେ ୬୦ରୁ ଊର୍ଦ୍ଧ୍ବ ଲୋକ ଫସି ରହିଛନ୍ତି ଓ ପଦାକୁ ବାହାରି ପାରୁନଥିବା ସୂଚନା ମିଳିଛି। ରିସର୍ଟରେ ଫସିରହିଥିବା ଲୋକଙ୍କ ମଧ୍ୟରେ କେତେକ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ଭୂ-ସ୍ଖଳନରେ ରିସର୍ଟକୁ ସଂଯୋଗ କରୁଥିବା ରାସ୍ତା ଧସି ଯାଇଛି। ଫସିରହିଥିବା ପର୍ଯ୍ୟଟକ ଏବଂ ରିସର୍ଟ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଉଛି। ଉଲ୍ଳେଖ ଯେ କେରଳରେ ବର୍ଷା ବିତ୍ପାତ ପରିସ୍ଥିତିକୁ ଦେଖି ଆମେରିକା ନିଜ ନାଗରିକଙ୍କୁ କେରଳ ନ ଯିବା ପାଇଁ ପରାମର୍ଶ ଦେଇଛି ଓ ଏନେଇ ଏକ ମାର୍ଗଦର୍ଶୀକା ଜାରି କରିଛି। କେରଳରେ ମୂଷଳ ଧାରାରେ ପ୍ରବଳ ବର୍ଷା ଲାଗି ରହିଥିାବରୁ ଆଗକୁ ଅବସ୍ଥା ଅତି ଶୋଚନୀୟ ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷାରେ ପ୍ରଭାବିତ କେରଳକୁ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପରିସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କୁ କେରଳ ପଠାଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ଜନିତ ଦୁର୍ଘଟଣା ଏବଂ ପରିସ୍ଥିତି ନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଫୋନ୍‍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କଥାବାର୍ତ୍ତା କାଳରେ ରାଜନାଥ ଆଶ୍ୱାସନା ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories