www.samajalive.in
Thursday, December 11, 2025
16.1 C
Bhubaneswar

ଧାନ ମଣ୍ଡିରେ ଧାନ ଦେଇ ନ ପାରି ଚାଷୀ ହତାଶ, ଇଚ୍ଛା ମୃତ୍ୟୁ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ

ବେଗୁନିଆ : ବେଗୁନିଆ ବ୍ଳକରେ ଥିବା ବିଭିନ୍ନ ସେବାସମବକ୍ଷୟ ସମିତିରେ କାର୍ଯ୍ୟରତ ସମ୍ପାଦକମାନଙ୍କ ମନଇଚ୍ଛା କାର୍ଯ୍ୟ ଯୋଗୁଁ ଚାଷୀମାନେ ମଣ୍ଡିରେ ଧାନ ଦେଇନପାରି ବହୁ ହଇରାଣ ହରକତ ହେଉଥିବାବେଳେ ସେମାନଙ୍କର ନାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି । ସବୁ ବର୍ଷ ଏହି ଅଭିଯୋଗ ଅଧିକାଂଶ ଜାଗାରେ ହେଉଥିବାବେଳେ ସରକାର କିମ୍ବା ପ୍ରଶାସନର ଏଥିପ୍ରତି କୌଣସି ଲଗାମ ନଥିବାରୁ ସମ୍ପାଦକ ମାନେ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରି ନିଜ ଇଛା ମୁତାବକ କାର୍ଯ୍ୟ କରୁଛନ୍ତି । ଚାଷୀମାନେ ସୋସାଇଟିରେ ନାମ ପଞ୍ଜିକୃତ କରି ଟୋକନ ପାଇ ମଣ୍ଡିରେ ଧାନ ଦେବା ପାଇଁ ଚାହିଁ ବସିଥିବାବେଳେ ସମ୍ପାଦକ ମାନେ ଚାଷୀମାନଙ୍କ ଠାରୁ ଧାନ ନ ନେଇ ଅଣଚାଷୀମାନଙ୍କ ଠାରୁ ଧାନ ନେଉଥିବା ଅଭିଯୋଗ ହେଉଛି । ଫଳରେ ଚାଷୀ ଋଣ ପରିଶୋଧକରିବାକୁ ଥିବାବେଳେ ଏବଂ ମଣ୍ଡିରେ ଧାନ ଦେଇନପାରିବାରୁ ଶେଷରେ ନିରାଶ ହୋଇ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ,ରାଜ୍ୟପାଳ ,ପୋଲିସ ଡି ଜି ,ଜିଲ୍ଲାପାଳ ଏବଂଖାଦ୍ୟ ଆୟୋଗ ,ଭୁବନେଶ୍ୱରଙ୍କ ନିକଟରେ ନିବେଦନ କରିଥିବାର ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି । ଡ଼ାଳତୋଳକ୍ଷ ସେବା ସମବାୟ ସମିତି ଅଧୀନରେ କୁଂଜୁରୀ ପଂଚାୟତ ଅନ୍ତର୍ଗତ ଗୋଡିସାହି ଗ୍ରାମର ଶ୍ରୀନିବାସ ସାମନ୍ତରାୟ ଚଳିତ୨୦୨୦/୨୧ ଆର୍ଥିକ ବର୍ଷରେ ଖରିଫ ଧାନ ବିକ୍ରୟ କରିବା ପାଇଁ ସୋସାଇଟିରେ ନାମ ପଞ୍ଜିକରଣ କରିଥିଲେ । ତାଙ୍କ ନାମରେ ଥିବା ଜମିପଞ୍ଜୀକରଣ ଅନୁସାରେ ଅନୁଯାଇ  ୪୦ କ୍ବୁଣ୍ଟାଲ ଧାନ ସେ ଦେଇପାରିବେ ବୋଲି ତାଙ୍କ ପାଖକୁ ମେସେଜ ଆସିଥିଲା । ଫେବୃୟାରୀ ୧ ତାରିଖରେ ଟୋକେନ୍ ନଂ ୨୭୬  ଏବଂ ଫେବୃଆରୀ ୧୫ ତାରିଖରେ ଟୋକେନ୍ ନଂ ୪୧୬ରେ ଦୁଇଟି ତାରିଖରେ ୪୦ କୁଇଣ୍ଟାଲ ଧାନ ଦେବା ପାଇଁ ନିର୍ଦେଶ ଥିଲା । କିନ୍ତୁ ସୋସାଇଟିର ସମ୍ପାଦକ ସୁଧୀର ଚନ୍ଦ୍ର ଦାଶ ଚଂଚକତା କରି ତାଙ୍କ ନାମ ତାଲିକାରୁ ବାଦ ଦେଇ ତାଙ୍କ ପରେ ନାମ ଥିବା ଚାଷୀମାନଙ୍କ ଠାରୁଧାନ ନେଉଛନ୍ତି । ସମ୍ପୃକ୍ତ ଚାଷୀ ବର୍ଷ ତମାମ ଲକଡାଉନ ଥିବା ଯୋଗୁଁ ଧାର କରଜ କରି ଅମଳ ଧାନକୁ ମଣ୍ଡିରେ ଦେବାପାଇଁ ଚାହିଁ ବସିଥିବାବେଳେ ଚାଷୀର ଧାନକୁ ମଣ୍ଡିରେ ନିଆଯାଉନାହିଁ । ଚାଷୀ ଜଣକ ସମ୍ପାଦକଙ୍କୁ ବାରମ୍ବାର ଭେଟି ଧାନ ନେବା ପାଇଁ ଅନୁରୋଧ କରିଥିବା ବେଳେ ସେ ଆମ ହାତରେ କିଛି ନାହିଁ, ସରକାରଙ୍କର ଟାର୍ଗେଟ ପୂରଣ ହୋଇଗଲାଣି କହି ଧାନ ନେବା ପାଇଁ ରୋକ ଠୋକ ମନାକରି ଦେଇଥିଲେ । ତେଣୁ ଚାଷୀ ଶ୍ରୀ ସାମନ୍ତରାୟ ସବୁଆଡୁ ନିରାଶ ହୋଇ ଧାନ ମଣ୍ଡିରେ ବିକ୍ରି କରି ନପାରିବାରୁ ଋଣ କିପରି ସୁଝିବେ ସେହି ଚିନ୍ତାରେ ଋଣ ଟଙ୍କା ଶୁଝିବା ପାଇଁ ବିଭିନ୍ନ ଜାଗାରେ ନିର୍ଯ୍ୟାତିତ ହେବା ଅପେକ୍ଷା ବରଂ ମରିଯିବାତାଙ୍କ ପାଇଁ ଶ୍ରେୟସ୍କର ବୋଲି ଇଚ୍ଛା ପ୍ରକାଶ କରି ସେ ଇଚ୍ଛାଧୀନ ମୃତ୍ୟୁ ପାଇଁ ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ,ରାଜ୍ୟପାଳ ,ପୋଲିସ ଡି ଜି, ଜିଲ୍ଲାପାଳ ,ଖାଦ୍ୟ ଆୟୋଗ ଭୁବନେଶ୍ୱର ଙ୍କ ଗ୍ରୀଭାନ୍ସ ସେଲରେ ଜଣାଇବା ପରେ ତାଙ୍କର ଅଭିଯୋଗ ଗୁଡିକ ଗତ ୪ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରକୋଷ୍ଠରେ ସି ଏମ ଓ ଏଫ ଏଫ/ଇ/୨୦୨୧ ,ରାଜ୍ୟପାଳଙ୍କ ପ୍ରକୋଷ୍ଠରେ ଜିଓଭିଓ ଡି/ଇ/୨୦୨୧/୦୦୨୦୩ ପୋଲିସ ଡ଼ିଜିଙ୍କ ପ୍ରକୋଷ୍ଠରେ ଡି ଜି ଆଇ ଜି ଆଇ/ଇ/୨୦୨୧/୦୦୧୫୪ ଏବଂ ଖାଦ୍ୟ ଆୟୋଗଙ୍କ ପ୍ରକୋଷ୍ଠରେ ଓ ଆର୧୦୭/ଇ/୨୦୨୧/୦୦୦୫୮ ,ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଓ ଆର୧୦୦/ଇ/୨୦୨୧/୦୦୦୬୭ରେ ପଞ୍ଜିକୃତ ହୋଇଥିବାର ଜଣାପଡିଛି । ସମ୍ପୃକ୍ତ ଚାଷୀ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରି ନିର୍ଦେଶକୁ ଚାହିଁ ବସିଥିବାବେଳେ ବାସନ୍ତୀ ବେୱା ,ପ୍ରସନ୍ନ ବାଘସିଙ୍ଘ ,ପ୍ରଫୁଲ୍ଲ ବାଘସିଙ୍ଘ ,ଧ୍ରୁବଚରଣ ନାୟକ ,ପ୍ରଦୀପ୍ତ ଦଳେଇ ପ୍ରମୁଖ ଚାଷୀମାନେ ମଣ୍ଡିରେ ଧାନ ଦେଇନପାରି ଶେଷରେ ଶ୍ରୀ ସାମନ୍ତରାୟଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଚାହିଁ ବସିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories