www.samajalive.in
Thursday, December 11, 2025
15.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ମାତ୍ର ୭ଦିନ, ପୀଠରେ ଉତ୍କଟ ହେବାରେ ଲାଗିଛି ପାନୀୟଜଳ

ଆରଡି : ଆସନ୍ତା ୧୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏହି ଅବସରରେ ପୀଠକୁ ଆଗମନ ହେବେ ଅଗଣିତ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକ। ହେଲେ ଗତକିଛିଦିନ ହେବ ପୀଠରେ ଉତ୍କଟ ହେବାରେ ଲାଗିଛି ପାନୀୟଜଳ ସମସ୍ୟା। ପୀଠରେ ଏବେ ୬ରୁ ଉର୍ଦ୍ଧ୍ବ ନଳକୂପ ଅଚଳ ହୋଇ ପଡିରହିଥିବା ବେଳେ ନିମ୍ନମାନର ମରାମତି ଯୋଗୁ ମାଟି ତଳେ ଯାଇଥିବା ପାନୀୟଜଳ ପାଇପ ବିଭିନ୍ନ ସ୍ଥାନରେ ଫାଟି ଯାଇ ଅନବରତ ପାଣି ଭାସୁଛି। ଏପରି ସମସ୍ୟା ବାବଦରେ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଆରଡିପୀଠର ଅଧିବାସୀମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗୀଷ୍ମର ପ୍ରକୋପ ବଢିଚାଲିଥିବା ବେଳେ ପାନୀୟଜଳ ସମସ୍ୟା ପୀଠର ଅଧରବାସୀଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଦୀର୍ଘଦିନ ହେବ ଆରଡି ପଞ୍ଚାୟତର ୧୨ନଂ ୱାଡରେ ୩ଟି ନଳକୂପ ଅଚଳ ହୋଇ ପଡିରହିଥିବା ବେଳେ ୯ନଂ ୱାଡର ୧ଟି ସମେତ ସମଗ୍ର ପୀଠର ୬ଟି ନଳକୂପ ଅଚଳ ହୋଇ ପଡିଛି। ଏହାର ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଗୁହାରୀ କରୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ବିଶେଷକରି ଆରଡିପୀଠକୁ ଆସୁଥିବା ଶ୍ରଦ୍ଧାଳୁଭକ୍ତମାନେ ବିଭିନ୍ନ ସେବାୟତଙ୍କ ସାହିରେ ବସବାସ କରିବା ସହ ମଣିବାବାଙ୍କ ଦର୍ଶନ କରି ଫେରିଥାନ୍ତି। ହେଲେ ପୀଠରେ ପାନୀୟଜଳ ସମସ୍ୟା ଦୀର୍ଘଦିନ ହେବ ଲାଗି ରହିଥିବାରୁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ପିଇବା ପାଣି ପାଇଁ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି। ଏପଟେ ମଣିବାବାଙ୍କ ଜାଗରଯାତ୍ରା ଆଉମାତ୍ର ୭ଦିନ ବାକି ରହିଥିଲେ ମଧ୍ୟ କେବେ ପାନୀୟଜଳ ସମସ୍ୟା ଦୂର ହେବ ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଜାଗରଯାତ୍ରାର ୭ଦିନ ପୂର୍ବରୁ ଆରଡିପୀଠରେ ଲାଗି ରହିଥିବା ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଜାଗରଯାତ୍ରା ପ୍ରସ୍ତୁତି ବୈଠକରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପାନୀୟଜଳ ସମସ୍ୟା ପୀଠରେ ଦୂର ହୋଇ ପାରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories