www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟାଳୟରେ ଅଶୋଭନୀୟ ଘଟଣା; ସାମାନ୍ୟ ଟାହି ଟାପରାକୁ ନେଇ ଜଣଙ୍କୁ ଆକ୍ରମଣ କଲା ଅନ୍ୟ ଜଣେ ଛାତ୍ର  

ଭଂଜନଗର : ଯେଉଁ ହାତରେ କଳମ ଧରିବା କଥା ସେହି ହାତରେ ଛୁରୀ। ଏପରି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ। ଏହି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜୈନକ ଏକ ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀରେ ପେଟକୁ ଭୁଷି ପକାଇଛି। ଗୂରୁତର ଅବସ୍ଥାରେ ପ୍ରଥମେ ଛାତ୍ରଟିକୁ ଭଂଜନଗର ଉପଖଣ୍ଡ ସରକାରୀ ହାସ୍ପିଟାଲ ଓ ପରେ ବ୍ରହ୍ମପୁର ବଡମେଡିକାଲ ପଠାଯାଇଛି। ବୁଧବାର ପ୍ରାୟ ୧୧ଟା ବେଳେ ଛାତ୍ରଛାତ୍ରଙ୍କ ସାମାନ୍ୟ ଖେଳବୁଲା ସମୟରେ ଏପରି ଅଭବାନୀୟ ଘଟଣା ଘଟିଥିଲା। ଛାତ୍ରଜଣଙ୍କ ବହିବସ୍ତାନୀ ଭିତରେ ଛୁରୀ ଧରି ଆସି ଅନ୍ୟ ଏକ ଛାତ୍ରକୁ ଆକ୍ରମଣ କରିବା ଘଟଣା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମାବସୀଙ୍କ ସ୍ତବ୍ଧ କରିପକାଇଥିଲା। ଅକ୍ରମଣକାରୀ ଛାତ୍ର ଜଣକ ଛୁରୀରେ ଭୁଷିଥିବା ଛାତ୍ରର ନାଁକୁ ନେଇ ଟାହି ଚଗଲାମି କଥାବାର୍ତ୍ତା କରିଥିଲା। ଏଥିରେ ଆହାତ ଛାତ୍ର ଜଣଙ୍କ ପ୍ରତିବାଦ କରିବାରୁ ଆକ୍ରମଣକାରୀ ଛାତ୍ର ଜଣକ ପ୍ରଥମେ ତାକୁ ଠେଲି ପକାଇ ପ୍ୟାଣ୍ଟ ପକେଟ୍ରୁ ହଠାତ୍ ଏକ ଛୁରୀ ବାହାର କରି ତାର ତଳି ପେଟକୁ ଭୁଷି ପକାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ର ଜଣଙ୍କ ଆର୍ତ୍ତ ଚିତ୍କାର ଛାଡିବା କ୍ଷଣି ଅନ୍ୟ ସମସ୍ତ ଛାତ୍ର ଓ ଶିକ୍ଷକ, କର୍ମଚାରୀ ପ୍ରମୁଖ ରୁଣ୍ଡ ହୋଇ ଯାଇଥିଲେ। ପରେ ପରେ ଗ୍ରାମବାସୀ ବିଦ୍ୟାଳୟ ଠାରେ ରୁଣ୍ଡ ହୋଇ ତତକ୍ଷାଣ ଭଂଜନଗର ହସ୍ପିଟାଲ ନେଇ ଆସିଥିଲେ। ଏଠାରେ ଡାକ୍ତର ଛାତ୍ରଟିର ଚିକିତ୍ସା ଚଳାଇ ଥିଲେ ହେଁ ପେଟର ଆଭ୍ୟନ୍ତରଣକୁ ଆଘାତ ଲାଗିଥିବା କଥା ଡାକ୍ତର ପ୍ରକାଶ କରି ତତ୍କାଳ ବ୍ରହ୍ମପୁର ବଡମେଡିକାଲ ପଠାଇଥିଲେ। ଏଡି ଘଟଣା ଜଣାପଡିବା ହେବା କ୍ଷଣି ହାସ୍ପିଟାଲ ଲୋକାରଣ୍ୟ ହୋଇ ପଡିଥିଲା। ଆହତ ଛାତ୍ରର ପେଟକୁ ବ୍ୟାଣ୍ଡେଜ କରାଯାଇ ସାଲାଇନ, ଇଞେକ୍ସନ୍ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories