ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ଶିଶୁକନ୍ୟାର ପାଟିରୁ ପ୍ରବଳ ରକ୍ତ ବାହାରିଥିବାରୁ କେହି ଦୁର୍ବୃତ୍ତ ନାବାଳିକାଟି ମରିଗଲା ଭାବି ଫିଙ୍ଗି ଦେଇଯାଇଥିବା ଜଣାପଡିଛି। ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର ପରେ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଇଛି। ତୁରୁମୁଙ୍ଗା ବୈତରଣୀ ପୋଲ ନିକଟସ୍ଥ ଚଢ଼େଇଭୋଳ ଫାଣ୍ଡି ସୀମାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
Popular Categories


