www.samajalive.in
Thursday, December 11, 2025
15.1 C
Bhubaneswar

୫ବର୍ଷ ଛାତ୍ରୀଙ୍କ ଚିକିତ୍ସା ସହ ପରିବାରକୁ ସରକାରଙ୍କ ସହାୟତା

ଭୁବନେଶ୍ବର: ‘ସମାଜ’ର ଗତ ଫେବୃଆରୀ ୫ ତାରିଖ ସଂସ୍କରଣରେ ପ୍ରକାଶିତ ‘୫ବର୍ଷ ଛାତ୍ରୀଙ୍କୁ ଟ୍ୟୁମର, ଚିକିତ୍ସାରେ ଅର୍ଥ ବାଧକ’ ଶୀର୍ଷକ ଖବର ଉପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ପଦକ୍ଷେପ ସ୍ବରୂପ ଛାତ୍ରୀଙ୍କ ଚିକିତ୍ସା ଓ ତାଙ୍କ ପରିବାରକୁ ଯଥାଶୀଘ୍ର ଅନ୍ୟାନ୍ୟ ସହାୟତା ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଥିଲେ। ଏହି ଖବର ସରକାରଙ୍କ ଦୃଷ୍ଟିକୁ ଆଣିଥିବାରୁ ମୁଖ୍ୟ ଶାସନ ସଚିବ ‘ସମାଜ’ର ସମ୍ପାଦନା ମଣ୍ଡଳୀକୁ ସାଧୁବାଦ ଜଣାଇଛନ୍ତି। ନୟାଗଡ଼ ଜିଲାପାଳ ପୋମା ଟୁଡୁ ଟ୍ୟୁମର ପୀଡ଼ିତା ଦୂବପଲ୍ଲୀର ଛାତ୍ରୀ ଭାଗ୍ୟଲକ୍ଷ୍ମୀ ପ୍ରଧାନ ଏବଂ ତାଙ୍କ ପିତା ପବିତ୍ର ପ୍ରଧାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସହାୟତା ଯୋଗାଇ ଦେଇଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

‘ସମାଜ’କୁ ସାଧୁବାଦ ଜଣେଇଲେ ମୁଖ୍ୟ ସଚିବ

ଜିଲାପାଳଙ୍କ ନିର୍ଦେଶ କ୍ରମେ ରାଷ୍ଟ୍ରୀୟ ଶିଶୁ ସ୍ବାସ୍ଥ୍ୟ କାର୍ୟ୍ୟକ୍ରମର ଏକ ପ୍ରତିନିଧି ଦଳ ଭାଗ୍ୟଲକ୍ଷ୍ମୀଙ୍କ ଘରକୁ ଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କୁ ଆଚାର୍ୟ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ତାଙ୍କ ପିତା ପବିତ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଦିଆଯାଇଛି। ଭାଗ୍ୟଲକ୍ଷ୍ମୀଙ୍କୁ ଭୀମଭୋଇ ସାମର୍ଥ୍ୟ ଶିବିର ମାଧ୍ୟମରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରି ଗତ ୨୬ ତାରିଖରେ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି।

- Advertisement -

ଭାଗ୍ୟଲକ୍ଷ୍ମୀଙ୍କ ପିତା ପବିତ୍ର ପ୍ରଧାନ ଜଣେ ନିର୍ମାଣ ଶ୍ରମିକ ହୋଇଥିବାରୁ ତାଙ୍କ ନାମ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜିକୃତ କରାଯାଇଛି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ତାଙ୍କ ପରିବାର ପାଇଁ ଗୃହ ବ୍ୟବସ୍ଥା କରାଯାଇଛି। ତୁରନ୍ତ ସହାୟତା ଯୋଗାଇ ଦେଇଥିବାରୁ ଶ୍ରୀ ମହାପାତ୍ର ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories