www.samajalive.in
Friday, December 12, 2025
23.1 C
Bhubaneswar

କରୋନାକୁ ରୋକିବା ପାଇଁ ଜୋରଦାର ପ୍ରୟାସ, ଅମାନିଆଙ୍କୁ ତାଗିଦ୍

ଜି.ଉଦୟଗିରି: ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦେଶନାମା ଜାରି ହେବା ପରେ ଜି.ଉଦୟଗିରି ଅଞ୍ଚଳରେ ସତର୍କ ରହିବାକୁ ପୂର୍ବରୁ ଏନଏସି ଘୋଷଣା କରିଥିଲା। ଆଜି ସରକାରୀ ଅଧିକାରୀ ସାଧାରଣରେ ସଚେତନତା ସୃଷ୍ଟି କରିବା ସହିତ ଅମାନିଆଙ୍କୁ ତାଗିଦ୍‌ କରିଥିବା ଦେଖିବାକୁ ମିଳିଛି।

ଆଜି ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ଅବିନାଶ ମାହାର ଜନସାଧାରଣଙ୍କୁ କୋଭିଡ ନିୟମ ମାନିବା ପାଇଁ କହିବା ସହିତ ସାଧାରଣରେ ସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଅମାନିଆଙ୍କୁ ଅଟକ ରଖି ସେମାନେ ତାଗିଦ କରିଥିଲେ ଏବଂ କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟଥା ସେମାନଙ୍କ ବିରୋଧରେ କୋଭିଡ୍‌ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ମାସ୍କ ପିନ୍ଧି ବ୍ୟବସାୟ କରନ୍ତୁ, ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରନ୍ତୁ, ଗ୍ରାହକମାନଙ୍କୁ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଜିନିଷ କିଣିବାକୁ ପରାମର୍ଶ ଦିଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ଦୋକାନଗୁଡିକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜ ବ୍ୟବସାୟ ସ୍ଥଳ ଆଗରେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ବୋର୍ଡ ଲଗାଇ ଲୋକଙ୍କୁ ସଚେତନ କରିବାକୁ କହିଥିଲେ। ଅମାନିଆମାନଙ୍କୁ ଆଗକୁ ଉଚିତ ଦଣ୍ଡ ଦିଅଯିବ ବୋଲି ତାଗିଦ କରିବା ସହ ଲୋକଙ୍କୁ ବେଳୁହୁଁ ସାବଧାନ ହୋଇ ରହିବାକୁ ସତର୍କ କରାଇଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories