www.samajalive.in
Friday, December 12, 2025
15.1 C
Bhubaneswar

ଅଭିଭାବକଙ୍କ ଚାପ ପରେ ନାମଲେଖା ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ବିଜ୍ଞପ୍ତି

ପାଟଣା : ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଜାନୁଆରୀ ୨୩ରୁ ଫେବୃଆରୀ ୨୦ତାରିଖ ଯାଏ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ଏବେ ଏହା ମାର୍ଚ୍ଚ ୨ତାରିଖକୁ ବୃଦ୍ଧି କରାଯାଇଛି। ତେବେ ଏହି ଅବଧିରେ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ୪ଟି ଓ ନବମ ଶ୍ରେଣୀରେ ୨ଟି ସିଟ୍ ଖାଲି ପଡ଼ିଥିବା ବେଳେ ଏଥିପାଇଁ ଲାଟେରାଲଏଣ୍ଟ୍ରିର ସୁଯୋଗ ନେବାକୁ ବିଜ୍ଞପ୍ତିକୁ ଜାଣିଶୁଣି ପ୍ରକାଶ କରାଯାଇନଥିଲା। ଆଜି କିଛି ଅଭିଭାବକ ଟିକିରା ସ୍ଥିତ ବିଦ୍ୟାଳୟ ପରିସରକୁ ଯାଇ ସପ୍ତମ ଶ୍ରେଣୀ ଓ ନବମ ଶ୍ରେଣୀରେ ଖାଲି ପଡ଼ିଥିବା ସିଟ୍ ପାଇଁ କାହିଁକି ନୋଟିସ ବାହାର କରାଯାଇନାହିଁ ସେ ନେଇ ଭାରାପ୍ରାପ୍ତ ଅଧ୍ୟକ୍ଷାଙ୍କୁ ସହ ଯୁକ୍ତି କରିବା ସହ ଓଏଭି ସଂଗଠନ ଯୁଗ୍ମନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିବା ପରେ ମାର୍ଚ୍ଚ ୨ତାରିଖରେ ଆବେଦନର ଶେଷଦିନ ଥିଲେ ମଧ୍ୟ ଆଜି ମାର୍ଚ୍ଚ ୧ରେ ଅର୍ଥାତ୍ ଗୋଟିଏ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଅଭିଭାବକମାନେ ସପ୍ତମ ଓ ନବମ ଶ୍ରେଣୀରେ ସେମାନଙ୍କ ପିଲାଙ୍କ ନାମ ଲେଖାଇବା ପାଇଁ ଚାହୁଁଛନ୍ତି ସେମାନଙ୍କ ମାର୍ଚ୍ଚ ୨ରେ କେବଳ ଏହି ଆବେଦନ ସୁଯୋଗ ମିଳିବ ବୋଲି ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories