www.samajalive.in
Wednesday, December 10, 2025
14.1 C
Bhubaneswar

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପା-ପୁଅଙ୍କୁ ଆଜି ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଉଭୟ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଦୁଇ ବାପା-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଧ୍ୟ ଜାମିନ୍ ପ୍ରଦାନ କରିଥିଲା।
ସୂଚନା ଯୋଗ୍ୟ ଯେ ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ପାଠକ ବାପ ଓ ପୁଅଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାମରେ ମାମଲା ଦାୟର ହୋଇଥିଲା। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଥିବା ଜଣାପଡ଼ିଛି।

 

- Advertisement -

ଫେବୃଆରୀ ୨୪ ତାରିଖରେ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଥିଲା। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପାଠକ ବାପ ପୁଅଙ୍କୁ ଜାମିନ୍ ମିଳିଯାଇଛି।
ସୂଚନା ଯୋଗ୍ୟ ଯେ ଭିଜିଲାନ୍ସ ପକ୍ଷରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ରେ ଗିରଫ କରାଯାଇଛି। ବାପ-ପୁଅଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲମ୍ବା ଜେରା ଓ ଡାକ୍ତର ପରୀକ୍ଷା ପରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର୍ଯ୍ୟର ଦସ୍ତାବିଜ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories