www.samajalive.in
Sunday, December 7, 2025
13.1 C
Bhubaneswar

ମୋଦୀ ଓ ଆରଏସଏସକୁ ତାମିଲ ସଂସ୍କୃତିକୁ ଅପମାନ କରିବାକୁ ଦେବୁନାହିଁ: ରାହୁଲ

କନ୍ୟାକୁମାରୀ: ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେପି ଏବଂ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଭା, ରାଲି କରାଯାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଉଛି। ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ପହଞ୍ଚି ରୋଡ୍‌ ଦଳୀୟ ଶୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନରେ ତାମିଲ ଲୋକମାନଙ୍କ ପ୍ରତି ସମ୍ମାନ ନାହିଁ। ଆମେ ମୋଦୀ ଏବଂ ଆରଏସଏସକୁ ସାମିଲ ସଂସ୍କୃତିକୁ ଅପମାନ କରିବାକୁ ଦେବୁନାହିଁ। କେନ୍ଦ୍ର ସରକାର ତାମିଲ ସଂସ୍କୃତିର ସମ୍ମାନ କରେନାହିଁ।

- Advertisement -

ତାଙ୍କ ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି, ଯିଏ ରାଜ୍ୟର ପ୍ରତିନିଧିତ୍ଵ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଯାହା କୁହନ୍ତି ସେ ତାହା କରନ୍ତି। ରାହୁଲ ଆହୁରି କହିଥିଲେ, ମୋଦୀ କୁହନ୍ତି, ଗୋଟିଏ ଦେଶ, ଗୋଟିଏ ସଂସ୍କୃତି, ଗୋଟିଏ ଇତିହାସ, ତେବେ ମୁଁ ପଚାରିବାକୁ ଚାହୁଁଛି ଯେ, ତାମିଲ ସଂସ୍କୃତି କ’ଣ ଭାରତୀୟ ସଂସ୍କୃତି ନୁହେଁ ? ଜଣେ ଭାରତୀୟ ହିସାବରେ ଆମ ଦାୟିତ୍ଵ ହେଉଛି ଯେ ଆମେ ମୋଦୀ ଏବଂ ଆରଏସଏସକୁ ତାମିଲ ଲୋକଙ୍କ ଅପମାନ କରିବାକୁ ଦେବୁନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories