www.samajalive.in
Monday, December 8, 2025
24.1 C
Bhubaneswar

ପୃଥିବୀରୁ ମହାକାଶକୁ ଗଲା ଫୋନ୍‍କଲ୍‍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୃଥିବୀରୁ ମହାକାଶକୁ ଗଲା ଫୋନ୍‍ କଲ୍‍। କଥା ହେଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‍। ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ନାସା। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ ଭିକ୍ଟର ଗ୍ଲୋଭରଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‍। ଏହାର ଭିଡିଓ ନାସା ନିଜ ଅଫିସିଆଲ୍‍ ଇନ୍‍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛି। ଭିକ୍ଟର ଗ୍ଲୋଭର ହେଉଛନ୍ତି ପ୍ରଥମ ଆଫ୍ରିକୀୟ-ଆମେରିକୀୟ, ଯିଏ କି ବାଣିଜ୍ୟିକ ମହାକାଶ ଯାନରେ ଏକ ଦୀର୍ଘ ଦିନିଆ ଯାତ୍ରା କରିଛନ୍ତି। ତାଙ୍କର ଏହି ଐତିହାସିକ ମିଶନ୍‍ ପାଇଁ କମଲା ହାରିସ୍‍ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଭିଡିଓରେ ଦେଖିବାକୁ ମିଳିଛି।


ଭିଡିଓ ଶେୟାର ହେବା ପରଠାରୁ ଅଦ୍ୟାବଧି ୧.୩ ମିଲିୟନରୁ ଊର୍ଦ୍ଧ୍ବ ଭ୍ୟୁ ସଂଗ୍ରହ କରିସାରିଲାଣି। ଏହାସହିତ ଲୋକେ ଅନେକ କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓ ଆରମ୍ଭରେ ଭିକ୍ଟର ଗ୍ଲୋଭର ହାତରେ ଏକ ମାଇକ୍ରୋଫୋନ୍‍ ଧରି ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ସମୟରେ ଆମେରିକା ଉପରାଷ୍ଟ୍ରପତି କହୁଛନ୍ତି ଯେ, “କଣ’ ସେ ମୋତେ ଦେଖି ପାରୁଛନ୍ତି? କ’ଣ ସେ ମୋତେ ଶୁଣି ପାରୁଛନ୍ତି?” ଫୋନ୍‍ କଲ୍‍ କନେକ୍ଟ ହେବା ପରେ ସେ ଭିକ୍ଟରଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

- Advertisement -


ଏହାପରେ ମହାକାଶ କେନ୍ଦ୍ରରେ ତାଙ୍କ ଅନୁଭୂତି ବିଷୟରେ ପଚାରିବା ସହ ଏହି ଯାତ୍ରା ପାଇଁ ତାଙ୍କୁ କିଏ ଅନୁପ୍ରେରିତ କରିଛି ବୋଲି ହାରିସ୍‍ ଭିକ୍ଟରଙ୍କୁ ପଚାରିଛନ୍ତି। ଭିଡିଓ ଶେଷରେ କମଲା ଭିକ୍ଟରଙ୍କୁ କହୁଛନ୍ତି, “ତୁମେ ଆମକୁ ପ୍ରେରଣା ଦେଉଛ। ବଡ଼ ସ୍ୱପ୍ନ ଓ ଉଚ୍ଚ ଚିନ୍ତାଧାରା ଦ୍ୱାରା କ’ଣ ସମ୍ଭବ ତାହା ତୁମେ ପ୍ରମାଣ କରିବା ସହ ଆମକୁ ସ୍ମରଣ କରାଉଛ।”

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories