www.samajalive.in
Saturday, December 13, 2025
26.1 C
Bhubaneswar

ଗାନ୍ଧିଜୀଙ୍କ ଉଦ୍‌ବୋଧନରେ ଛାତ୍ର ଜାଳିଥିଲେ ବିଦେଶୀ କପଡ଼ା

ଇଂରେଜଙ୍କୁ ବିତାଡିତ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ସେ ସମୟରେ ସମସ୍ତ ପ୍ରକାର ପଦକ୍ଷେପ ନେବା ସହ ସଂଗ୍ରାମୀମାନଙ୍କୁ ଉତ୍ସାହିତ କରୁଥିଲେ। ରାଷ୍ଟ୍ରପିତାଙ୍କ ତତ୍କାଳୀନ ଭାଷଣରେ ଅନୁପ୍ରାଣିତ ହୋଇ ଆଲିଗଡ଼ ବିଶ୍ବବିଦ୍ୟାଳୟର ଛାତ୍ରମାନ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବା ସହ ବିଦେଶୀ କପଡ଼ାକୁ ଜାଳିପୋଡ଼ି ଦେଇଥିଲେ। ବିଶ୍ବବିଦ୍ୟାଳୟରେ ସମସ୍ତ ଛାତ୍ର ଖଦି ପୋଷାକ ପିନ୍ଧିବା ବାଧ୍ୟତାମୂଳକ ନିୟମ ଥିଲା। ଐତିହାସିକ ପ୍ରଫେସର ଇରଫାନ୍ ହବିବ୍‌ଙ୍କ ମତରେ ପ୍ରଥମଥର ଗାନ୍ଧିଜୀ ମହମ୍ମଡାନ ଆଙ୍ଗଲୋ ଓରିଏଣ୍ଟାଲ କଲେଜ ୧୯୧୬ରେ ଆସିଥିଲେ। ୧୯୨୦ବେଳକୁ ଏହି କଲେଜ ଆଲିଗଡ଼ ବିଶ୍ବବିଦ୍ୟାଳୟ ନାମରେ ପରିଚିତ ହେଲା। ସେଇ ସମୟରେ ଆଲିଗଡ଼ ବିଶ୍ବବିଦ୍ୟାଳୟକୁ ମହାତ୍ମା ଗାନ୍ଧୀଙ୍କର ଦ୍ବିତୀୟ ଗସ୍ତ ହେଲା। ତୃତୀୟ ଥର ୧୯୨୯ରେ ଗାନ୍ଧିଜୀ ସପତ୍ନୀକ କସ୍ତୁରବାଙ୍କ ସହ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। କର୍ତ୍ତୃପକ୍ଷଙ୍କ କହିବାନୁସାରେ ଗାନ୍ଧିଜୀଙ୍କ ୩ଥର ଏଠାକୁ ଗସ୍ତ ନିଶ୍ଚିତ ଭାବେ ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣିମ ଇତିହାସରେ ଚିରଦିନ ଲିପିବଦ୍ଧ ହୋଇରହିବ। ଗାନ୍ଧିଜୀଙ୍କ ସମ୍ମାନରେ ଏବେ ମଧ୍ୟ ବିଶ୍ବବିଦ୍ୟାଳୟରେ ଅଗଷ୍ଟ ୧୫, ଅକ୍ଟୋବର ୨ରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଖଦି ପୋଷାକ ପିନ୍ଧି ଆସିବାର ନିୟମ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories