www.samajalive.in
Thursday, December 11, 2025
23.1 C
Bhubaneswar

ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଦୁଇଦିନିଆ ବିକ୍ଷୋଭ ଆଜିଠୁ

ଭୁବନେଶ୍ୱର : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ନିକଟରେ ମହିଳାଙ୍କ ପ୍ରସଙ୍ଗରେ ଦେଇଥିବା ଅପମାନ ସୂଚକ ବକ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଗୁରୁବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ରାଜ୍ୟରେ ମା’ ଭଉଣୀମାନଙ୍କ ସମ୍ମାନକୁ ଭୃଲୁଣ୍ଠିତ କରିବା ପାଇଁ ଶାସକ ବିଜେଡିକୁ କ୍ଷମତା ଦିଆଯାଇନାହିଁ। ରାଜ୍ୟର ପ୍ରତି ମହିଳାଙ୍କ ଦୁଇ ଦୁଇ ଜଣ ସ୍ୱାମୀ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥି କେମିତି ଜାଣିଲେ ? ମନ୍ତ୍ରୀଙ୍କ ବକ୍ତବ୍ୟକୁ ୭୨ ଘଣ୍ଟା ବିତିଯାଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରତିବାଦରେ ମହିଳା ମୋର୍ଚ୍ଚା ଆସନ୍ତା ୨୮ ଓ୨୯ ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲା ସଦର ମହକୁମାଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।
ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ତ୍ରିମଣ୍ଡଳରୁ ବହିଷ୍କାର ନକଲେ ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ ଅତୀତରେ ବିଧାନସଭା ଗୃହ ଭିତରେ ବିଧାୟିକାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଏବଂ ବର୍ତ୍ତମାନ ନାରୀଜାତି ପ୍ରତି ଅଶାଳୀନମନ୍ତବ୍ୟ ଦେବା ଆଦି ଘଟଣା କୃଷିମନ୍ତ୍ରୀ ଶ୍ରୀ ମହାରଥୀଙ୍କ ମାନସିକ ସନ୍ତୁଳନ ହରାଇ ବସିଥିବା ସ୍ପଷ୍ଟ ହୋଇଛି। ମାନସିକ ବିକୃତ ବ୍ୟକ୍ତିଙ୍କ ସରକାର କିମ୍ବା ମନ୍ତ୍ରିମଣ୍ଡଳରେ ରହିବାର କୌଣସି ଅଧିକାର ନାହିଁ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ସମ୍ମିିଳନୀରେ ରାଜ୍ୟ ଉପ ସଭାନେତ୍ରୀ ନିୟତି ଗିରି ଓ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସଂପାଦିକା ରଶ୍ମିରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories