www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ)କୁ କେନ୍ଦ୍ର ସରକାର ବଢ଼ାଇବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏ ବାବଦରେ ରାଜ୍ୟମାନଙ୍କୁ କେନ୍ଦ୍ରସରକାର ୭୫% ଅର୍ଥ ପ୍ରଦାନ କରୁଥିବା ବେଳେ ଏଣିବି ୯୦ ପ୍ରତିଶିତ ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପିଛିଲା ଭାବେ ଏହା ଏପ୍ରିଲ ପହିଲା ୨୦୧୮ରୁ ଲାଗୁ କରାଯିବାକୁ ସ୍ଥିର ହୋଇଛି। ଏଣିକି ଏସ୍‌ଡ଼ିଆର୍‌ଏଫ୍‌ ପାଣ୍ଠି ପାଇଁ କେନ୍ଦ୍ରସରକାର ୯୦% ଦେବାକୁ ଥିବାବେଳେ ରାଜ୍ୟ ସରକାର ଅନୁଦାନ ୧୦ ପ୍ରତିଶତ ରହିବ । ଏଥିପାଇଁ କେନ୍ଦ୍ରସରକାରଙ୍କୁ ୨୦୧୮-୧୯ ଅାର୍ଥିକ ବର୍ଷରେ ୧୬୯୦.୩୫ କୋଟି ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୧୭୭୪.୬୭ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌) ଜାତୀୟ ସ୍ତରରେ ଏବଂ ରାଜ୍ୟସ୍ତରରେ ଏସ୍‌ଡିଆର୍‌ଏଫ୍‌ ଗଠନ କରାଯାଇ ବିଭିନ୍ନ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କ ଉଦ୍ଧାର ଓ ରିଲିଫ୍‌ କରାଯିବା ପାଇଁ ଏହି ପାଣ୍ଠି ବିନିଯୋଗ କରାଯାଉଛି। ପ୍ରତି ରାଜ୍ୟରେ ଗଠିତ ଏସ୍‌ଡିଆର୍‌ଏଫ୍‌ ପୂର୍ବରୁ କେନ୍ଦ୍ରସରକାର ୭୫ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ୨୫ ପ୍ରତିଶତ ବହନ କରୁଥିଲା। ଅନେକ ସମୟରେ ରାଜ୍ୟମାନଙ୍କୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ମଧ୍ୟ କେନ୍ଦ୍ରସରକାର ପ୍ରଦାନ କରୁଥିଲେ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୮୨.୩୦ % (୩୩,୫୮୦.୯୩ କୋଟି ଟଙ୍କା) ଅର୍ଥ ୨୦୧୦-୧୧ ରୁ ୨୦୧୪-୧୫ ମଧ୍ୟରେ ଦିଆଯାଇଥିବା ବେଳେ ୬୧,୨୨୦ କୋଟି ୨୦୧୫-୧୬ରୁ ୨୦୧୯-୨୦ ପାଇଁ ବରାଦ କରାଯାଇଥିଲା। ଏହାବ୍ୟତୀତ ୨୦୧୦-୧୪ ମଧ୍ୟରେ ଏନ୍‌ଡିଆର୍‌ଏଫ୍‌ ରାଜ୍ୟଙ୍କୁ ୧୪,୦୯୮ କୋଟି ଅତିରିକ୍ତ ଅର୍ଥ ରାଶି ଦେଇଥିବାବେଳେ ୨୦୧୪-୧୮ ମଧ୍ୟରେ କେନ୍ଦ୍ରସରକାର ୩୨,୧୪୨ କୋଟି ଟଙ୍କା ରାଜ୍ୟମାନଙ୍କୁ ଅତିରିକ୍ତ ଅର୍ଥ ପ୍ରଦାନ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories