www.samajalive.in
Sunday, December 14, 2025
23.1 C
Bhubaneswar

ହୀରାକୁଦ ଜଳସ୍ତର ୬୧୪.୧୫ ଫୁଟ , ୮ ଗେଟ୍‍ ଖୋଲା

ସମ୍ବଲପୁର : ହୀରାକୁଦ ଜଳସ୍ତର ଗୁରୁବାର ସନ୍ଧ୍ୟା ୭ ସୁଦ୍ଧା ୬୧୪.୧୫ ଫୁଟ ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ଭଲ ବର୍ଷା ଯୋଗୁ ନଦୀବନ୍ଧକୁ ପ୍ରବେଶ କରୁଥିବା ପାଣିର ପରିମାଣ ବୃଦ୍ଧି ପାଉଛି। ସେହି ଅନୁସାରେ ବନ୍ଧର ଜଳସ୍ତର ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ସ୍ଲୁଇସ ଗେଟ ମଧ୍ୟ ଖୋଲା ଯାଇଛି। ବିଭିନ୍ନ ପର୍ଯ୍ୟାୟରେ ସନ୍ଧ୍ୟା ସୁଦ୍ଧା ୮ଟି ଗେଟ୍‍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।
ଅପରାହ୍ନ ୩ରୁ ସନ୍ଧ୍ୟା ୬ ମଧ୍ୟରେ ଜଳଭଣ୍ଡାରକୁ ମହାନଦୀ ଓ ଇବ୍‍ ନଦୀ ଜରିଆରେ ସେକେଣ୍ଡ ପ୍ରତି ହାରାହାରି ୮୮ ହଜାର ୧୫୫ ଘନଫୁଟ ପାଣି ପ୍ରବେଶ କରିଛି। ସମାନ ସମୟରେ ହୀରାକୁଦ ସହର ପାର୍ଶ୍ବସ୍ଥ ୫ ଓ ବୁର୍ଲା ପଟ ୩ଟି ସ୍ଲୁଇସ ଗେଟ, ପାୱାର ଚ୍ୟାନେଲ କେନାଲ ଯୋଗେ ସମୁଦାୟ ୧ ଲକ୍ଷ ୩୬ ହଜାର ୩୦୧ ଘନଫୁଟ ବନ୍ୟାଜଳ ନିଷ୍କାସିତ ହୋଇଛି। ବୁଧବାର ସନ୍ଧ୍ୟାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ବନ୍ଧ ଉପର ମୁଣ୍ଡରେ ୧୬.୨୦ ମିଲିମିଟର ଓ ତଳମୁଣ୍ଡରେ ୫.୮୭ ମିଲିମିଟର ବର୍ଷା ହୋଇଥିବା ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories