www.samajalive.in
Sunday, December 14, 2025
26.1 C
Bhubaneswar

ସ୍କର୍ପିଓ-ବୋଲେରୋ ମୁହାଁମୁହିଁ ଧକ୍କା, ୬ ଆହତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଇଚ୍ଛାପୁର ପଞ୍ଚାୟତର ପତଣ୍ଡା ପୋଖରୀ ନିକଟରେ ଗୁରୁବାର ମଧ୍ୟାହ୍ନରେ ଅନୁଗୁଳରୁ ଆସୁଥିବା ଏକ ସ୍କର୍ପିଓ ସହିତ ଜଗତସିଂହପୁରରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଛନ୍ତି। ସ୍କର୍ପିଓ ପଛପଟୁ ଆସୁଥିବା ଏକ ବାଇକ ପିଟି ହୋଇ ଦୁର୍ଘଟଣାଗ୍ରସ୍ଥ ହେବା ଫଳରେ ବାଇକ ଆରୋହିଙ୍କ ସମେତ ମୋଟ ୬ଜଣ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବୋଲେରୋ ମଧ୍ୟରେ ଥିବା ୫ଜଣ ମହିଳାଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା କୁରୁଡୁଲୁ ଗ୍ରାମର ରୁବି ମହାପାତ୍ର(୨୯), କନକ ମହାପାତ୍ର(୪୭), ଡଲି ମହାପାତ୍ର (୩୫), ମନ୍ଦାକିନୀ ସାହୁ(୨୪) ଏବଂ ବାଇକ ଆରୋହୀ ଢେଙ୍କାନାଳ ଜିଲ୍ଲାର ମହୁଲପଡା ଗ୍ରାମର ଦୀପୁ ବେହେରା ପ୍ରମୁଖ ଆହତ ହୋଇ ଚିକିତ୍ସା ପାଇଁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଆହତ ମହିଳାଙ୍କ ମଧ୍ୟରୁ ୩ଜଣ ଓ ବାଇକ ଆହୋରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଆଠଗଡ ପୁଲିସ ଦୁର୍ଘଟଣାଗସ୍ତ ୩ଟି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories