www.samajalive.in
Sunday, December 7, 2025
14.1 C
Bhubaneswar

କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍‍: ୨ ମୃତ,୧୫ ଗୁରୁତର

ତେଲକୋଇ/କେନ୍ଦୁଝର/କେନ୍ଦୁଝରଗଡ଼/ବିଶ୍ରା: ତେଲକୋଇ-କାଞ୍ଜିପାଣି ରାସ୍ତାର କାଞ୍ଜିପାଣି ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ବରଯାତ୍ରୀ ବସ୍‍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ତେଲକୋଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ଡି କେବିନ ଅଞ୍ଚଳର ବ୍ରହ୍ମାନନ୍ଦ ମହାରଣାଙ୍କ ପୁଅ ଦୀନବନ୍ଧୁଙ୍କର ବିବାହ ପାଇଁ ପୂର୍ଣ୍ଣିମା ନାମକ ଘରୋଇ ବସ୍‍ରେ ୨୦ଜଣ ପୁରୁଷ, ୧୬ଜଣ ମହିଳା ଓ ୫ଜଣ ଶିଶୁଙ୍କୁ ସଙ୍ଗରେ ନେଇ ବରଯାତ୍ରୀ ଦଳ ଢ଼େଙ୍କିକୋଟକୁ ଆସିଥିଲେ।

 

- Advertisement -

ଗୁରୁବାର ରାଉରକେଲା ଅଭିମୁଖେ ବସ୍‍ଟି ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିବାରୁ ବସ୍‍ରେ ଥିବା ବର ଦୀନବନ୍ଧୁଙ୍କ ଭାଇ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ପିଚକୁଳି ଗ୍ରାମର ଅନୀଲ ମହାରଣାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ବ୍ରଜମୋହନ ଓରଫ୍‍ ପିଣ୍ଟୁ ମହାନ୍ତି(୩୮)ଙ୍କୁ କଟକ ନେବା ବାଟରେ କାମାକ୍ଷାନଗରଠାରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୧୫ଜଣ ଆହତଙ୍କୁ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୬ଜଣ ପୁରୁଷ ଓ ୪ଜଣ ମହିଳା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରେ ସେମାନଙ୍କ ମଧ୍ୟରୁ ମଞ୍ଜୁଲତା ସୁତାର, ମହେଶ୍ବର ପ୍ରଧାନ ଓ ପିୟୁସ ଦାସ (୧୨)ଙ୍କୁ ରାଉରକେଲାସ୍ଥିତ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ କାଞ୍ଜିପାଣି ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‍କୁ ଜବତ କରିବା ସହ ମୃତ ଅନୀଲଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ସୌଭାଗ୍ୟବଶତଃ ବରକନ୍ୟା ଅନ୍ୟ ଗାଡ଼ିରେ ଆସୁଥିବାରୁ ସେମାନେ ଆସନ୍ନ ବିପଦରୁ ରକ୍ଷା ପାଇଯାଇଛନ୍ତି। ଘଟଣାରେ ବନ୍ଧମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମାଜସେବୀ ସଂଜୀବ ରାଉତରାୟ ଡିକେବିନ ଓ ହସପିଟାଲ ଯାଇ ଆହତଙ୍କ ବିଷୟରେ ପଚାରି ବୁଝିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories