www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ୍‍ କଟକଣା ମଧ୍ୟରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : ବିଶ୍ୱପ୍ରଶିଦ୍ଧ ଯୋରନ୍ଦା ମେଳା କୋଭିଡ୍‍ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସାଧୁ ସନ୍ଥ ଓ ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ହେଉଥିବା ମେଳା ପୂର୍ବବର୍ଷ ଭଳି ଗହଳଚହଳ ହେଉନାହିଁ। ଗାଦୀ ମନ୍ଦିର ହେଉ କିମ୍ବା ମେଳା ପଡ଼ିଆ, ସବୁଠି ଖାଁ ଖାଁ ଲାଗୁଛି। ୨୫ ତାରିଖ ଶୁକ୍ଲ ଚତୁର୍ଦ୍ଦଶୀ ପ୍ରାତଃ ବ୍ରାହ୍ମମୂହୁର୍ତ୍ତରୁ ଗାଦୀ ମନ୍ଦିରରେ ବିଭିନ୍ନ ନୀତି କରାଯାଇ ସନ୍ଧ୍ୟାରେ ଝାଡ଼ଦ୍ୱୀପ ପ୍ରଜ୍ଜଳନ କରାଯାଇଛ। ୨୬ ଓ ୨୭ତାରିଖ ଦୁଇଦିନ ଗାଦୀମନ୍ଦିରର ଚାରିଦ୍ୱାରରେ ଝାଡ଼ବୃକ୍ଷ ସ୍ଥାପନ କରାଯାଇ ଘୃତାହୂତୀ ପ୍ରଦାନ କରାଯିବ। ୨୮ ତାରିଖରେ ପଶ୍ଚିମ ଦ୍ୱାରରେ କେବଳ ଗୋଟିଏ ମାତ୍ର ଝାଡବୃକ୍ଷ ପ୍ରଜ୍ଜଳିତ ରହିବ। ଏଥିପାଇଁ ମହିମାଗାଦୀରେ ଥିବା ନୀତି ମନ୍ଦିରରୁ ଝାଡ଼ଦ୍ୱୀପକୁ ସାଜସଜ୍ଜା କରିବା ସହ ଘିଅ ରଖିବାପାଇଁ ବୃହତ୍ତ ପିତ୍ତଳ ହଣ୍ଡା, କରଚୁଲି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଜିଲା ଓ ରାଜ୍ୟ ବାହାରୁ ସାଧୁ ସନ୍ଥ ଓ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଦେଶ ବିଦେଶ ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ସାଧୁସନ୍ଥମାନେ ଆସିପାରିନାହାଁନ୍ତି। ଜନସମାଗମ ଉପରେ କଟକଣା ଲଗାଯାଇଛି। ମେଳା ପରିସରରେ ବାରିକେଟ୍‍, ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ କମ୍‍ ଥିବାହେତୁ ଝାଡ଼ ଜାଳିବାପାଇଁ ଘିଅ ଅଭାବ ପଡିଛି। ମାଘ ମେଳାରେ ଝାଡ଼ଦୀପ ପ୍ରଜ୍ଜଳନ ସହ ଅହ୍ମୁଣିଆ ଭୋଗ ପ୍ରସ୍ତୁତି ପାଇଁ ବହୁ ପରିମାଣର ଘିଅ ଆବଶ୍ୟକ ପଡ଼ିଥାଏ। ଏହି ଘିଅ ବାହାରୁ ଆସୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଦେଇଥାନ୍ତି। ଚଳିତ ବର୍ଷ ଏହି ସଙ୍କଟକୁ ଏଡ଼ାଇବାପାଇଁ ମହିମା ସନ୍ନ୍ୟାସୀଙ୍କ ମଧ୍ୟରେ ଚିନ୍ତା ପଡ଼ିଛି। ମେଳା ପରିସରରେ ଖୋଲିଥିବା ଅସ୍ଥାୟୀ ଦୋକାନ ଗୁଡ଼ିକରେ ବିକ୍ରି ବଟା ପ୍ରାୟ ନାହିଁ ବୋଲି କହିଲେ ଚଳେ। ଯାହାକିଛି ସ୍ଥାନୀୟ ଅଞ୍ଚଳବାସୀ ଆସିଲେ କିଣାବିକା ହେବ ବୋଲି ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ମେଳା ପରିସରରେ ଜଣେ ଅତିରିକ୍ତ ଏସ୍‍ପି, ୩ଜଣ ଡିଏସ୍‍ପି, ୮ଜଣ ଇନ୍ସପେକ୍ଟର, ୪୪ଜଣ ଏସ୍‍ଆଇ, ୫୦ ଏଏସ୍‍ଆଇ, ୭ଜଣ ହାବିଲ୍‍ଦାର, ୧୨୦ଜଣ ହୋମ୍‍ଗାର୍ଡ, ୬ଜଣ ଟ୍ରାଫିକ୍‍ ପୁଲିସ ସମେତ ୭ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଦୀ ମନ୍ଦିର ମଧ୍ୟକୁ ଥରକେ ୫୦ଜଣଙ୍କୁ ୧୦ମିନିଟ୍‍ ପାଇଁ ଛାଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି। କୋଭିଡ୍‍ ମହାମାରୀ ପାଇଁ ମହିମା ମହୋତ୍ସବକୁ ବନ୍ଦ କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories